୮ରୁ ଇଗ୍ନୋ ପରୀକ୍ଷା

ଭୁବନେଶ୍ୱର, ୬।୨(ବ୍ୟୁରୋ): ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ (ଇଗ୍ନୋ)ର ଡିସେମ୍ବର-୨୦୨୦ ଟର୍ମ ଶେଷ ପରୀକ୍ଷା ଆସନ୍ତା ୮ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୩ରେ ସରିବ। ଇଗ୍ନୋ ଆଞ୍ଚଳକ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏସ୍‌.କେ. ତ୍ରିପାଠୀଙ୍କ ସୂଚନାନୁସାରେ, ଏଥର ୩୨ଟି କେନ୍ଦ୍ରରେ ପରୀକ୍ଷା ହେବ। ସେଥିମଧ୍ୟରୁ ୩ଟି ଜେଲରେ ମଧ୍ୟ ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଛି। ସେଗୁଡ଼ିକ ହେଲା ଚୌଦ୍ୱାର, ବ୍ରହ୍ମପୁର ଓ ଭୁବନେଶ୍ୱର ଜେଲ। ମୋଟ୍‌ ୨୯,୮୨୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା କୋଭିଡ୍‌ ନିୟମ ଅନୁଯାୟୀ ପରିଚାଳିତ ହେବ ବୋଲି ସେ କହିଛନ୍ତି।

Share