ବଳାତ୍କାର ପ୍ରସଙ୍ଗ: ମାନବାଧିକାର କମିଶନଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ମହିଳାଙ୍କ ପ୍ରତି ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ବଳାତ୍କାର, ଘରୋଇ ହିଂସା ଏବଂ ହତ୍ୟା ଘଟଣା ବୃଦ୍ଧି ପାଉଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର ଜଣେ ଛାତ୍ରୀଙ୍କୁ କିଛି ଦୃର୍ବୁତ ମେ ୧୦ରେ ଏକ ନଦୀ ପଠାରେ ବଳାତ୍କାର ଓ ହତ୍ୟା କରିଥିଲେ। ଘଟଣାକୁ ୫ ମାସ ବିତିଥିଲେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିନି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ଭାଜପା କହିଛି। ନ୍ୟାୟ ଦାବିରେ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟ ମାନବଅଧିକାର କମିଶନଙ୍କୁ ଭେଟିଛନ୍ତି ।

Share