କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ ପହଞ୍ଚି ଇ-କେଓ୍ବାଇସିି କରୁଥିଲେ ମଧ୍ୟ ଓଡ଼ିଶାର ବ୍ଲକ ପ୍ରଶାସନ ନିକଟରେ ଖବର ନ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ପଞ୍ଚାୟତର ନେରିଡିବାଲସାଧ ଗ୍ରାମର ଏକ ତେନ୍ତୁଳି ଗଛ ମୂଳେ।

ସୂଚନା ମୁତାବକ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟରେ ପଡୁଥିବା ପିଲାମାନଙ୍କୁ ମିଳୁଥିବା ଆମ୍ମାଓ୍ବାଡି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଏହିପରି କିଛି ଯୋଜନାକୁ ନେଇ ଉକ୍ତ ରାଜ୍ୟର ସରକାରୀ କର୍ମଚାରୀ ଗ୍ରାମର ବୃଦ୍ଧାବୃଦ୍ଧ, ଅଙ୍ଗନଓ୍ବାଡ଼ି କେନ୍ଦ୍ର୍‌କୁ ଯାଉଥିବା
କୁନିକୁନି ପିଲା ଏବଂ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଏକାଠି କରି ଆଧାର କେଓ୍ବାଇସିି କରୁଥିବା ଦେଖିବାକୁ ମିଳିଛି। ଯାହାକି ଉକ୍ତ ଆଧାର କେଓ୍ବାଇସିି ହୋଇ ପାରୁ ନ ଥିବା ପରି ସମସ୍ୟାକୁ ନେଇ ବିଗତଦିନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମର ମହିଳାମାନେ ଓଡ଼ିଶାର ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ଦୃଶ୍ୟକୁ ନେଇ ଅନେକ ଚାପଗ୍ରସ୍ତ ହୋଇଥିଲା ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ। ଏବେ ପୁଣି ଆନ୍ଧ୍ର ଏହିପରି ଆଧାର କେଓ୍ବାଇସିି କରିବା ଅନେକ କିଛି ଦର୍ଶାଉଛି। ସେପଟେ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଆଧାର ଇ-କେଓ୍ବାଇସିି କରିବା ଦୃଶ୍ୟକୁ ନେଇ ଓଡ଼ିଶାର କୋଟିଆ ପଞ୍ଚାୟତର ସରପଞ୍ଚ ଲିଉ ଗେମେଲ ଆନ୍ଧ୍ର
ଏହିପରି କରି ସୀମାନ୍ତ ଗ୍ରାମବାସୀଙ୍କୁ ଲୋଭ ଦେଖାଇ ବିଭିନ୍ନ ସରକାରୀ ଯୋଜନାକୁ ନେଇ କାର୍ଯ୍ୟ କରି ଲୋଭ ଦେଖାଇ ଚାଲିଛନ୍ତି। ତେଣୁ ଆନ୍ଧ୍ରର ଏହିପରି ଅନୁପ୍ରବେଶ ଉପରେ ହେଉ ବା କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଉପରେ ଓଡ଼ିଶାର ଜିଲା ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଆମ ପ୍ରଶାସନର ଅବହେଳା ଯୋଗୁ ଆନ୍ଧ୍ର ଏହିପରି ବାରମ୍ବାର ଅନୁପ୍ରବେଶ କରିବା ପାଇଁ ସାହସ ପାଉଛି ବୋଲି ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଖାତା ମୂଲ୍ୟାୟନ ପ୍ରସ୍ତୁତି ଚୂଡାନ୍ତ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ...

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ...

ବାରୁଣି ମେଳା: ଯାତ୍ରା ଆୟୋଜନକୁ ନେଇ ଗଣ୍ଡଗୋଳ

ସୋର,୧।୪: ସୋର ସାଜନପୁର ପଞ୍ଚାୟତରେ ଚାଲିଛି ବାରୁଣି ମେଳା। ବାରୁଣି ମେଳାରେ ଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖା ଦେଇଛି ଦୁଇ ଗୋଷ୍ଠୀ ମଧ୍ୟରେ ଯାତ୍ରା...

ଧାନ ସଂଗ୍ରହ ଶେଷ: ଜାଣନ୍ତୁ ଏବର୍ଷ କିଣାହେଲା କେତେଟନ୍‌

ଭୁବନେଶ୍ୱର,୧।୪: ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ...

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର...

ସୋସିଆଲ ମିଡିଆରୁ ଶିଖି ଲକ୍ଷପତି ଦିଦିଙ୍କ ଲଡୁ ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୪(ଅରୁଣ ସାହୁ): ରାଜ୍ୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯିବ ଏହି ବ୍ୟବସ୍ଥା କରାଯିବା ପାଇଁ ରାଜ୍ୟ...

ଜିଲାସ୍ତରୀୟ ଓଡିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ: ମାତୃଭାଷାର ସୁରକ୍ଷା ଓ ରାଜ୍ୟର ବିକାଶରେ ସାମିଲ ହେବାକୁ ଆହ୍ବାନ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ଜିଲାସ୍ତରୀୟ ଓଡ଼ିଶା ଦିବସ ଏବଂ ବରଗଡ଼ ଜିଲାପ୍ରତିଷ୍ଠା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image