ଇ-ଲେକ୍‌ଚର: ଘରେ ବସି ଟ୍ୟୁଟୋରିଆଲ ସୁବିଧା

ଭୁବନେଶ୍ୱର, ୧୪।୧(ଅସମାପିକା ସାହୁ)ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ପ୍ରତି ଛାତ୍ରୀଛାତ୍ରଙ୍କ ଅବଦାନ ବୃଦ୍ଧି ସହ ଶିକ୍ଷାଗ୍ରହଣ କ୍ଷେତ୍ରକୁ ସହଜ ତଥା ସରଳ କରିବାକୁ ଇ-ଲେକ୍ଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଘରେ ବସି ଟ୍ୟୁଟୋରିଆଲ ସୁବିଧା ପାଇବା ସହ ସେମିଷ୍ଟର ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବେ। ଏହି ଅନ୍‌ଲାଇନ୍‌ ଶିକ୍ଷାଦାନ ବା ଇ-ଲେକ୍ଚର ବ୍ୟବସ୍ଥାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଛି। ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ ଏକ ଭର୍ଚୁଆଲ ଟ୍ୟୁଟୋରିଆଲ ଷ୍ଟୁଡିଓ ପ୍ରସ୍ତୁତ କରିଛି। ଏହି ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ଉଦ୍ଦେଶ୍ୟରେ ରୁଷା ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା
‘ଇ-ଲେକ୍ଚର’ କାର୍ଯ୍ୟକ୍ରମକୁ ନିଜ ଶିକ୍ଷାନୁଷ୍ଠାନରେ ପ୍ରଚାର ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
‘ଇ-ଲେକ୍ଚର’ ବ୍ୟବସ୍ଥାରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଭାଗ ସ୍ଥାନ ପାଇଛି। https://vtputkal.odisha.gov.in ୱେବ୍‌ସାଇଟ୍‌ରେ ସବୁ ତଥ୍ୟ ଉପଲବ୍ଧ କରାଯାଇଛି। ଏହି ଲିଙ୍କ୍‌ରେ କ୍ଲିକ୍‌ କଲେ ୪ଟି ସେମିଷ୍ଟରର କୋର୍ସ ପଢ଼ି ହେବ। ଫିଜିକ୍ସ, କେମିଷ୍ଟ୍ରି, ଜୁଲୋଜି, ବଟାନି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂଲିଶ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ଆଦି ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ୍‌ କରାଯାଇଛି। ଏହି ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଶିକ୍ଷା ଗ୍ରହଣର ସୁବିଧା ନେବାକୁ ଯେପରି ଅଧିକରୁ ଅଧିକ ଛାତ୍ରୀଛାତ୍ର ଯୋଡିହେବେ ସେଥିପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ଉଚ୍ଚଶିକ୍ଷା ବିଭାଗ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି।
ଏ ସମ୍ପର୍କରେ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ଆମକୁ ଡିଜିଟାଲ କ୍ଷେତ୍ରରେ ଯିବାକୁ ହେବ। ତେଣୁ ଇ-ଲେକ୍ଚର ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ପୂର୍ବରୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ ବିଷୟବସ୍ତୁକୁ ଅପ୍‌ଲୋଡ୍‌ କରାଯାଇଛି, ଯାହାକି ଉଭୟ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଉପୃକତ ହେବେ। ଆମ ପାଖରେ ମ୍ୟାଟେରିଆଲ୍ସ କମ୍‌ ଥାଏ। ତେଣୁ ପାଠପଢ଼ୁଆ ପିଲାମାନେ ସହଜରେ ଏହାର ସୁଯୋଗ ନେଇପାରିବେ ଏବଂ ଶୀଘ୍ର ମଧ୍ୟ ଗ୍ରହଣ କରିପାରିବେ। କାରଣ ଆଜିକାଲି ପିଲାମାନେ ଡିଜିଟାଲ ଓରିଏଣ୍ଟେଡ୍‌ ହୋଇଯାଇଛନ୍ତି। ସେହିପରି ଅଧ୍ୟାପକମାନେ ମଧ୍ୟ ବିଶେଷଜ୍ଞଙ୍କ ଭିଡିଓ ଦେଖି ତାକୁ କ୍ଲାସ୍‌ରୁମ୍‌ରେ ବିନିଯୋଗ କରିପାରିବେ।
ସୂଚନାଯୋଗ୍ୟ, ଏହି ଇ-ଲେକ୍ଚର ବ୍ୟବସ୍ଥା ପାଇଁ ନ୍ୟାଶନାଲ ଇନ୍‌ଫର୍ମମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏକ ଉତ୍ସର୍ଗୀକୃତ ପୋର୍ଟାଲ ପ୍ରସ୍ତୁତ କରିଥିଲା। ଏହାକୁ ୨୦୨୧ ଜୁଲାଇ ୮ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri