ମା’ବାପାଙ୍କ ମଧ୍ୟରେ ଥମୁନି ବିବାଦ: ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଶ୍ୱେତାଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ଏଭଳି ଖୁସି ସମୟ ଭିତରେ କିନ୍ତୁ ବିବାଦ ତାଙ୍କର ପିଛା ଛାଡ଼ୁନି। ମା’ ଶ୍ୱେତା ଏବଂ ତାଙ୍କ ପୂର୍ବ ସ୍ବାମୀ ଅଭିନବ କୋହଲିଙ୍କ ମଧ୍ୟରେ ତିକ୍ତତା ଯୋଗୁ ପଲକଙ୍କୁ ଲୋକେ ଟ୍ରୋଲ କରୁଛନ୍ତି। ଏଥିରେ ଅତିଷ୍ଠ ହୋଇ ସେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କରିଦେଇଛନ୍ତି।

ବିବେକ ଓବରୟଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ‘ରାଜି: ଦ ସୈଫରନ ଚାପ୍ଟର’। ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା। ସେଥିରେ ପଲକ୍‌ଙ୍କ ଝଲକ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବଲିଉଡ୍‌ରେ କାମ କରୁଥିବାରୁ ବେଶ୍‌ ଖୁସି ଅଛନ୍ତି ସେ। ପୂର୍ବରୁ ପଲକ ସୋସିଆଲ ମିଡିଆରେ ନିଜର ଫଟୋଶୁଟ୍‌ ଏବଂ ପରିବାର ସହ ଫଟୋ ଶେୟାର କରିଆସୁଥିଲେ। ହେଲେ ସେ ଏବେ ସେ ଏହାକୁ ବନ୍ଦ କରିଦେଇଛନ୍ତି। ଫଳରେ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।

Share