ସବୁଦିନ ଚାଲିିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, (ବ୍ୟୁରୋ)/ସମ୍ବଲପୁର(ବ୍ୟୁରୋ), ୭।୧୧: ଶନିବାରଠାରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ସବୁଦିନ ଚଳାଚଳ କରିବ। ପୂର୍ବରୁ ଏହା ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ଟ୍ରେନ୍‌ ନଂ.୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ରାଉରକେଲାରୁ ସକାଳ ୫ ଟା ୧୦ରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ନ ୧୨ଟା ୩୦ରେ ପହଞ୍ଚିବ। ଟ୍ରେନ୍‌ ନଂ.୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ରେ ଛାଡି ରାଉରକେଲାରେ ରାତି ୯ଟା ୪୦ରେ ପହଞ୍ଚିବ। ଏହି ଟ୍ରେନ୍‌ରେ ପୂର୍ବରୁ ୮ଟି କୋଚ ରହିଥିଲାବେଳେ ଏବେ ୧୦ଟି କୋଚ୍‌ ସହ ଚଳାଚଳ କରିବ। ଏହି ଟ୍ରେନରେ ଗୋଟିଏ ଏସି-ଚେୟାର କାର ଓ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୨ଟି ଏସି ଚେୟାର୍‌ କାର୍‌, ୬ଟି ସେକେଣ୍ଡ୍‌ କ୍ଲାସ୍‌ ଚେୟାର୍‌ କାର୍‌ ଏବଂ ୨ଟି ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍‌ ସହ ଚଳାଚଳ କରିବ। ଏହି ଟ୍ରେନ୍‌ ଉଭୟ ଦିଗରୁ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଲଚର ରୋଡ୍‌, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେଶନରେ ରହଣି କରିବ।

Share