Categories: ଜାତୀୟ

ଇ-ରୁପି ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପି ଲଞ୍ଚ୍‌ କରିଛନ୍ତି। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିଛନ୍ତି। ୟୁପିଆଇ ପ୍ଲାଟଫର୍ମରେ ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ଇ-ରୁପି ବିକଶିତ ହୋଇଛି। ଏହା ଡିଜିଟାଲ ପେମେଣ୍ଟର ଏକ ସମ୍ପୂର୍ଣ୍ଣ ନଗଦବିହୀନ ଏବଂ ଯୋଗାଯୋଗହୀନ ମାଧ୍ୟମ। ଇ-ରୁପି ହେଉଛି ଏକ କ୍ୟୁଆର୍‌ କୋଡ ବା ଏସଏମଏସ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନକୁ ପଠାଯାଇଥାଏ । ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ ଅଥବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର ନ କରି ଇ-ଭାଉଚର ପଠାଇ ପାରିବେ।

Share