ଶ୍ୱଶୁରର ମତ୍ୟୁ ଖବର କହିବାକୁ ଯାଉଥିଲେ ଜ୍ୱାଇଁ; ବାଟରେ ଚାଲିଗଲା ଜୀବନ

ବାରିପଦା,୧୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।
୧୮ନଂ ଜାତୀୟ ରାଜପଥର କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ପିକଅପଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମତ୍ୟୁଘଟିଛି । ମୃତକ ଜଣଙ୍କ ହେଲେ ଚାନ୍ଦୁଆ ଥାନା ନଧବଣୀ ଗ୍ରାମର ଗଜେନ୍ଦ୍ର ନାୟକଙ୍କ ପୁଅ ସଞ୍ଜୟ । ସଞ୍ଜୟଙ୍କ ଶ୍ବଶୁରଙ୍କ ମୃତର ଆଜି ୪ଦିନ। ସେ ଶଶୁରଙ୍କ ସୁଦ୍ଧିକ୍ରିୟା ଖବରଦେବାକୁ  ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତା ରୋକ କରିଛନ୍ତ। କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।
ସେହିପରି ଗତରାତିରେ ଶୁଳିଆପଦା ଥାନା ଦେଉଳି ନିକଟ କ୍ଷେତ୍ରପାଟଣା ନିକଟରେ ଜଣେ ବାଇକ ଆରୋହୀଙ୍କ ମୃତଦେହକୁ ବିଲ ଭିତରୁ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ବଡ଼ସାହି ଥାନା ଅଧୀନ ବୀରେଶ୍ବରପୁର ପଞ୍ଚାୟତ ଦାନ୍ତୁଣି ଗ୍ରାମର ବାଇଧର ସିଂଙ୍କ ପୁଅ ଶମ୍ଭୁନାଥ । ପୋଲିସ ମୃତଦେହ ଓ ବାଇକ ଉଦ୍ଧାର କରି ତଦନ୍ତ ଚଳାଇଛି ।
Share