ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ପ୍ରତିଦିନ ତାପମାତ୍ରା ବୃଦ୍ଧିରେ ନୂଆ ରେକର୍ଡ ହେଉଛି । ଆସନ୍ତା ୩୦ ତାରିଖ ଯାଏଁ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ସେମିତି ହୁଏ ତେବେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୩ ପର୍ଯ୍ୟନ୍ତ ତାତି ପ୍ରଭାବ ରହିବ ।
ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share