Categories: ବାଣିଜ୍ୟ

୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା

ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ ଲଗାଇବା ନେଇ ସରକାର ବର୍ତ୍ତମାନ ବିଚାର ବିମର୍ଷ କରୁଛନ୍ତି। ଦେଶ ମଧ୍ୟରେ ବିଦ୍ୟୁତ ଚାଳିତ ଯାନ ବ୍ୟବହାରକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଭଳି ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରତି କରୁଥିବା ଜଣାପଡିଛି। ଏ ନେଇ ନିକଟରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌.କେ. ସିଂ ଏକ ସମୀକ୍ଷା ବୈଠକ ଡାକିଥିଲେ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଏ ଦିଗରେ କାର୍ଯ୍ୟକ୍ରମ ଜାରି କରିବା ଲାଗି ଶକ୍ତିମନ୍ତ୍ରୀ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି। ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ସେ ନେଇ ତୈଳ ବିପଣନ କମ୍ପାନୀଗୁଡିକୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ ବୋଲି ଜଣାପଡିଛି।

Share