ଇଏ ବି ବସ୍‌ଷ୍ଟପ୍‌

ଖରା, ବର୍ଷାରୁ ରକ୍ଷା ପାଇବା ସହ ଆରାମରେ ବସି ବସ୍‌କୁ ଅପେକ୍ଷା କରିବା ଲାଗି ଯାତ୍ରୀଙ୍କ ପାଇଁ ବସ୍‌ଷ୍ଟପ୍‌ କରାଯାଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି ବି କିଛି ବସ୍‌ଷ୍ଟପ୍‌ ତିଆରି କରାଯାଇଛି, ଯାହା ଏତେ ଅଜବ ଯେ ଏବେ ସେସବୁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି।

ହ୍ୟାଟ୍‌ ପରି: ଏହି ବସ୍‌ଷ୍ଟପ୍‌ ଦେଖିବାକୁ ଏକ ବଡ଼ ହ୍ୟାଟ୍‌ ପରି। କିରଗିଜସ୍ତାନର ଲେକ ଇସିକ୍‌ କୁଲ୍‌ ରାସ୍ତାରେ ଏହି ବସ୍‌ଷ୍ଟପ୍‌ ଅଛି। କିରଗିଜସ୍ତାନର ପାରମ୍ପରିକ ଫେଲ୍ଟ ହ୍ୟାଟ୍‌ ଥିମ୍‌କୁ ନେଇ ଏହାକୁ ତିଆରି କରାଯାଇଛି। ଏଠାରେ ଆହୁରି ବି ଅନେକ ବସ୍‌ଷ୍ଟପ ଅଛି ଯାହାକି କିରଗିଜସ୍ତାନର ପରମ୍ପରା, ସଂସ୍କୃତିକୁ ଦର୍ଶାଇଥାଏ।
ଫଳାକୃତୀର ବସ୍‌ଷ୍ଟପ୍‌: ଜାପାନ, କୋନାଗାଇରେ ୧୬ ପ୍ରକାରର ଅଜବ ବସ୍‌ଷ୍ଟପ ଅଛି। ତେବେ ନାଗାସାକିସ୍ଥ ଇଶାୟା ସିଟିରେ ଦେଖିବାକୁ ମିଳେ ଏମିତି କେତୋଟି ବସ୍‌ଷ୍ଟପ ଯାହାକୁ ଦେଖିଲେ ଭୋକ ଲାଗିବ। କାରଣ ଏସବୁ ଷ୍ଟ୍ରବେରୀ,ତରଭୂଜ ପରି ସୁସ୍ବାଦୁ ଫଳ ଆକାରର। ତେଣୁ ଏହିସବୁ ବସ୍‌ଷ୍ଟପ୍‌ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି।
ମ୍ୟୁଜିକାଲ ସ୍ବିଙ୍ଗର ମଜାନେବେ ଏହି ବସ୍‌ଷ୍ଟପ୍‌ରେ: କାନାଡା, ମୋଣ୍ଟ୍ରିଲର ଏକ ଡିଜାଇନର୍‌ ଟିମ୍‌ ଏଠାକାର ବସ୍‌ଷ୍ଟପ୍‌ରେ କରିଛନ୍ତି ମ୍ୟୁଜିକାଲ ସ୍ବିଙ୍ଗର ବ୍ୟବସ୍ଥା। ଏଠାରେ ୨୧ଟି ମ୍ୟୁଜିକାଲ ସ୍ବିଙ୍ଗ ବା ଦୋଳୀ ଲାଗିଛି। ପଥାଚାରୀ ହୁଅନ୍ତୁ ଅବା ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ଏଥିରେ ବସି ଦୋଳି ଖେଳିଲେ ସେଥିରୁ ସୁମଧୁର ସଙ୍ଗୀତର ଧୂନ ବାହାରେ। ଆଉ ଯେବେ ଏକାସାଙ୍ଗରେ ୨୧ଟି ଦୋଳିରେ ବସି ଝୁଲାଯାଏ ଚମତ୍କାର ଧୂନ ବାହାରେ।
ବସ୍‌ ଟାଇପୋଗ୍ରାଫି: ଏହି ବସ୍‌ଷ୍ଟପ୍‌ ଟାଇପୋଗ୍ରାଫୀ ଓ ପବ୍ଲିକ୍‌ ଆର୍ଟର ଏକ ସୁନ୍ଦର ଏକ୍ସପେରିମେଣ୍ଟ। ବାଲ୍ଟିମୋରଷ୍ଟ୍ରିଟ୍‌ରେ ଥିବା ଏହି ବସ୍‌ଷ୍ଟପ୍‌ କେବଳ ଇଂରାଜୀ ଲେଟର୍‌ରେ ‘ବସ୍‌’ ଲେଖାର ଏକ କଳାକୃତୀ। ଅର୍ଥାତ୍‌ ଉକ୍ତ ବସ୍‌ଷ୍ଟପ୍‌ରେ କେବଳ ଇଂରାଜୀର ‘ବିୟୁଏସ୍‌’ କଳାକୃତୀ ଦେଖିବାକୁ ମିଳେ। ୧୪ ଫୁଟ ଉଚ୍ଚ ଓ ୭ ଫୁଟ ଓସାରର ଏହି କଳାକୃତୀ ଷ୍ଟିଲ ଫ୍ରେମ ଓ କାଠରେ ତିଆରି। ଏହାର ପ୍ରତ୍ୟେକ ଲେଟର୍‌ରେ ଯାତ୍ରୀ ମନ ମୁତାବକ ବସି ପାରିବେ, ଶୋଇପାରିବେ।
ବଡ଼ ଛତା ଥିବା ବସ୍‌ଷ୍ଟପ୍‌: ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ଚାହେଁ ଖରା, ବର୍ଷାରୁ ଟିକେ ରକ୍ଷା ପାଇବାକୁ। ତେଣୁ ବସ୍‌ ଷ୍ଟପ୍‌ କରାଯାଇଥାଏ। ତେବେ ଆମେରିକାରେ ଥିବା ଏହି ଛତା ଭଳି ବସ୍‌ ଷ୍ଟପ୍‌ଠୁ ଭଲ ଆଉ କ’ଣ ବା ହୋଇପାରେ।
ଟନେଲ୍‌ ପରି ବସ୍‌ଷ୍ଟପ: ବ୍ରାଜିଲ,କୁରିତିବାରେ ଥିବା ଏହି ବସ୍‌ଷ୍ଟପ୍‌ ଦେଖିବାକୁ ଏକ ଟନେଲ ପରି । ହେଲେ ଏହା ମଧ୍ୟକୁ ଯିବା ଲାଗି ଯାତ୍ରୀଙ୍କୁ ଟଙ୍କା ଦେବାକୁ ହେବ। ଏହି ବସ୍‌ଷ୍ଟପ୍‌ରେ ଟର୍ନଷ୍ଟାଇଲ୍‌ ବା ଜଣଜଣ କରି ଭିତରକୁ ଛାଡିବା ଲାଗି ଲମ୍ବା ବାଡ଼ି ଥିବା ବୁଲନ୍ତା ଫାଟକ ଅଛି। ତା’ସହ ପାହାଚ ଓ
ହ୍ବିଲଚେୟାର ପାଇଁ ଲିଫ୍ଟ ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri