Categories: ଖେଳ

ଟିମ୍‌ ଇଣ୍ଡିଆର ବଡ଼ ଅସ୍ତ୍ର ପାଲଟିଲେଣି ଜାଡେଜା

ନୂଆଦିଲ୍ଲୀ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମ୍‌ ଲୟରେ ଥିବା ଦେଖାଯାଉଛି। ରୋହିତ ବ୍ରିଗେଡ ଏଯାବତ ୪ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜେତା ହୋଇଛନ୍ତି। ଏଥିରେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଳାଳିଙ୍କ ମଧ୍ୟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଦେଖିବାକୁ ମିଳି ନ ଥିଲେ ହେଁ ବୋଲିଂରେ ସେ ବିରୋଧୀ ଟିମ୍‌କୁ ଅଡ଼ୁଆରେ ପକାଉଛନ୍ତି। ସେ ୪ ମ୍ୟାଚ୍‌ରେ ୭ ଉଇକେଟ ନେଇଛନ୍ତି।

ଜାଡେଜା ବିଶ୍ୱକପ୍‌ରେ ଏଭଳି ଜଣେ ଖେଳାଳି ପାଲଟିଛନ୍ତି ଯାହା ବିନା ଭାରତୀୟ ଟିମ୍‌ର କଳ୍ପନା କରିବା ଅସମ୍ଭବ। କାରଣ ଆବଶ୍ୟକ ସ୍ଥଳେ ଦଳକୁ ଉଇକେଟ ଦେବା ସହ ରନ୍‌ ଉପରେ ଅଙ୍କୁଶ ଲଗାଇବାରେ ସେ ସଫଳ ହେଉଛନ୍ତି। ୪ ମ୍ୟାଚ୍‌ରେ ୩୭.୫ ଓଭର ବୋଲିଂ କରି ୧୩୧ ଡଟ୍‌ ବଲ୍‌ ସେ ପକାଇଛନ୍ତି। ତାଙ୍କ ବଲ୍‌ରେ କେବଳ ୧୧ (୯ ଚୌକା, ୨ ଛକା) ମାରିବାରେ ବିରୋଧୀ ଦଳର ଖେଳାଳି ସଫଳ ହୋଇଛନ୍ତି।

Share