ଭାରତର ଜି-୨୦ ଅଧ୍ୟକ୍ଷତାକୁ ପ୍ରଶଂସା କଲେ ୟୁଏନଜିଏ ମୁଖ୍ୟ

ନ୍ୟୁୟର୍କ,୨୪।୯: ଆମେରିକାର ନ୍ୟୁୟର୍କରେ ଶନିବାର ‘ଇଣ୍ଡିଆ-ୟୁଏନ ଫର୍‌ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ(ୟୁଏନଜିଏ) ଡେନିସ ଫ୍ରାନ୍ସିସ ଭାରତର ଜି -୨୦ ଅଧ୍ୟକ୍ଷତାକୁୁ ପ୍ରଶଂସା କରିବା ସହ କହିଥିଲେ ଯେ ଆଫ୍ରିକୀୟ ୟୁନିୟନକୁ ଏଥିରେ ସ୍ଥାୟୀ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବା କାରଣରୁ ଭାରତର ସମ୍ପ୍ରତି ଜି -୨୦ ଅଧ୍ୟକ୍ଷତା ଐତିହାସିକ ପ୍ରମାଣିତ ହୋଇଛି। ‘ଇଣ୍ଡିଆ-ୟୁଏନ ଫର୍‌ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଫ୍ରାନ୍ସିସ କହିଛନ୍ତି ଯେ ଜି -୨୦ ଗ୍ରୁପିଙ୍ଗର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ୟୁନିୟନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ପଦକ୍ଷେପ ନେଇଛି, ଯାହା ଗ୍ଲୋବାଲ ସାଉଥରେ ଏକତା ଏବଂ ସହଯୋଗକୁ ଦୃଢ କରିବାର ଏକ ଶକ୍ତିଶାଳୀ ପ୍ରତୀକ।
ଫ୍ରାନ୍ସିସ କହିଛନ୍ତି ଯେ ଏକ ଉନ୍ନତ ତଥା ଅଧିକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱ ମିଶନରେ ଭାରତ ଏକ ନିଆରା ଭୂମିକା ଗ୍ରହଣ କରୁଛି। ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ପ୍ରୟାସକୁ ସାମିଲ ମଧ୍ୟ ଏହା କରିବାକୁ ଯାଉଛି।

Share