Categories: ଜାତୀୟ

ପୂର୍ବରୁ ନିଯୁକ୍ତିରେ ବିଳମ୍ବ କରି ହେଉଥିଲା ଲାଞ୍ଚ କାରବାର, ଆମେ ପ୍ରକ୍ରିୟାକୁ କରିଛୁ ସ୍ବଚ୍ଛ: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି…

ନୂଆଦିଲ୍ଲୀ,୧୨।୨ : ସୋମବାର (ଫେବୃଆରୀ ୧୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଏକ ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନୂଆଦିଲ୍ଲୀରେ ଇଣ୍ଟିଗ୍ରେଟେଡ କମ୍ପ୍ଲେକ୍ସ ‘କର୍ମଯୋଗୀ ଭବନ’ର ପ୍ରଥମ ପର୍ଯ୍ୟାୟର ମୂଳଦୁଆ ପକାଇଛନ୍ତି। ଏହି କ୍ୟାମ୍ପସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ନ୍ବୟକୁ ପ୍ରୋତ୍ସାହିତ କରିବ।

ରୋଜଗାର ମେଳାରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୍‌ ଭାରତ ସରକାର ଯୁବବର୍ଗମାନଙ୍କୁ ଚାକିରି ଦେବାରେ କ୍ରମାଗତ ଭାବେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି। ପୂର୍ବ ସରକାରଗୁଡିକରେ, ଚାକିରି ବିଜ୍ଞାପନ ପ୍ରସଙ୍ଗରୁ ନିଯୁକ୍ତି ପତ୍ର ପ୍ରଦାନ ପର୍ଯ୍ୟନ୍ତରେ ବହୁତ ସମୟ ନେଉଥିଲେ। ଏହି ବିଳମ୍ବର ସୁଯୋଗ ନେଇ ଲାଞ୍ଚ କାରବାର ହେଉଥିଲା। ଆମେ ବର୍ତ୍ତମାନ ଭାରତ ସରକାରରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିଛୁ।

ନିଯୁକ୍ତିକୁ ଠିକ ସମୟରେ ଶେଷ କରିବା ପାଇଁ ସରକାର କିପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆମ ସରକାରଙ୍କର ଗୁରୁତ୍ୱ ରହିଛି ନିଯୁକ୍ତି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ଉଚିତ। ଏହା ସହିତ ପ୍ରତ୍ୟେକ ଯୁବବର୍ଗ ନିଜର ଦକ୍ଷତା ପ୍ରମାଣ କରିବାକୁ ସମାନ ସୁଯୋଗ ପାଇବା ଆରମ୍ଭ କରିଛନ୍ତି।

ଆଜି ପ୍ରତ୍ୟେକ ଯୁବବର୍ଗଙ୍କ ମନରେ ବିଶ୍ୱାସ ରହିଛି ସେମାନେ କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ନିଜର ଚାକିରି ପାଇ ପାରିବେ। ୨୦୧୪ ପରଠାରୁ ଯୁବବର୍ଗମାନଙ୍କୁ ଭାରତ ସରକାରଙ୍କ ସହ ଯୋଡିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବାକୁ ଆମର ପ୍ରୟାସ ଜାରି ରହିଛି।

Share