ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍

ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ କେତୋଟି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦୂରେଇପାରିବେ…

ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ: ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟକୁ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଲେମ୍ବୁ, କମଳା, ଆତାପି, ଟମାଟୋ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି’ ଭରି ରହିଥିବାରୁ ଏହାକୁ ଖାଇଲେ ବର୍ଷାଦିନେ ଫ୍ଲୁ ସମସ୍ୟା ହେବାକୁ ଦେଇ ନ ଥାଏ।
ପାଣି ଓ ଜୁସ୍‌: ଶରୀରରେ ଜଳୀୟାଂଶ କମିଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଯାହାଫଳରେ ବର୍ଷାପାଣି ସଂସ୍ପର୍ଶରେ ଆସିବାମାତ୍ରେ ସହଜରେ ଫ୍ଲୁ ହୋଇଥାଏ।
ରସୁଣ: ଏହା କେବଳ ଏକ ମସଲା ଭାବେ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ବରଂ ଏଥିରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ। ଏଥିରେ ଥିବା ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗାଲ୍‌ ତତ୍ତ୍ୱ ଫ୍ଲୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ତେଣୁ ପ୍ରତିଦିନ ୨ କୋଲା ରସୁଣ କଞ୍ଚା ଖାଇଲେ ଉପକୃତ ହେବେ।
ଅଦା: ଏଥିରେ ଥିବା ପ୍ରଚୁର ଔଷଧୀୟ ଗୁଣ ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ହଠାତ୍‌ ଓଦା ହୋଇଗଲେ ଥଣ୍ଡା ନ ଧରିବା ଲାଗି ଆପଣ ଏକ କପ୍‌ ଅଦାପକା ଚା ପିଅନ୍ତୁ। ଅଦାରସରେ ମହୁ ମିଶାଇ ଖାଇବା ଦ୍ୱାରା ଫ୍ଲୁ ସମସ୍ୟାରୁ ଉପଶମ ମିଳିଥାଏ।
ତଟକା ପନିପରିବା: ତଟକା ପନିପରିବା ଏବଂ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଇ, ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ଫାଇବର୍‌ ଏବଂ ଅନ୍ୟାନ୍ୟ ପୋଷକତତ୍ତ୍ୱ ଭରିରହିଛି, ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ଫ୍ଲୁ ସମସ୍ୟା ଦୂରେଇ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri