Categories: ଫୁରସତ

ଅକ୍ଷମତା ସତ୍ତ୍ୱେ ଅନ୍‌ଲାଇନ ଗେମ୍‌ରୁ ଲକ୍ଷାଧିକ ରୋଜଗାର

ଲଣ୍ଡନ: ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ଅନେକ ଲୋକ ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କଲେଣି। ନିକଟରେ ଜଣେ ୧୭ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ସେ ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳି ଲକ୍ଷପତି ହୋଇଥିବା ଜଣାପଡ଼ିଛି। ରୋଜଗାର କରିଥିବା ଟଙ୍କାକୁ ସେ ତାଙ୍କ ପାଠପଢ଼ା ଏବଂ ଅନ୍ୟ ସଉକ ପୂରଣ କରିବାରେ ଲଗାନ୍ତି। ବର୍ତ୍ତମାନ ତାଙ୍କ ମା’-ବାପା ତାଙ୍କୁ ଅନ୍‌ଲାଇନ ଗେମ୍‌ ଖେଳିବାକୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି। ଯୁବକ ଜଣକ ଗେମ୍‌ ମାଧ୍ୟମରେ ନିଜ କ୍ୟାରିୟର କରିବାକୁ ଚାହାନ୍ତି। ଏପରି ଘଟଣାରେ ବ୍ରିଟେନର ବାସିନ୍ଦା ମାସୋନ ବ୍ରିଷ୍ଟୋ କହିଛନ୍ତି, ସେ ଦେୟମୁକ୍ତ ଅନ୍‌ଲାଇନ ଗେମ୍‌ ଖେଳି ୧୭ ହଜାର ପାଉଣ୍ଡ ଅର୍ଥାତ୍‌ ୧୮ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଖେଳ ମାଧ୍ୟମରେ ଭର୍ଚୁଆଲ ରୁମ୍‌ କରିହେବ ଏବଂ ଦୁନିଆର ସମସ୍ତ ସାଥୀ ଗେମର୍ସଙ୍କ ସହିତ ଯୋଡ଼ି ହୋଇପାରିବ। ଏଥିସହ ମାସୋନ ଭର୍ଚୁଆଲ ଦୁନିଆ ପାଇଁ କଣ୍ଟେଣ୍ଟ କ୍ରିଏଟ କରନ୍ତି। ଗେମ୍‌ରୁ ମିଳିଥିବା ଟଙ୍କାରେ ତାଙ୍କ ପାଠପଢ଼ା ସହ ସାଙ୍ଗଙ୍କ ସହ ବୁଲିବା, ସ୍କୁଲ ଦରମା, ଡ୍ରେସ୍‌, ଜୋତା ଆଦି କିଣିଥାନ୍ତି। ମାସୋନ ୨୦୧୮ରୁ ଗେମ୍‌ ଖେଳିବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କ ମା’-ବାପା ତାଙ୍କୁ ପ୍ରଥମରୁ ସପୋର୍ଟ କରିଆସିଛନ୍ତି। ମାସୋନ ତାଙ୍କ ମା’-ବାପା ୪ ଭଉଣୀ- ଭାଇଙ୍କ ସହ ଏକାଠି ରୁହନ୍ତି। ତାଙ୍କୁ ଡାଏସଲେସିଆ(ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଜିନିଷ ଚିହ୍ନିବା, ଶୁଣିବା, ପଢ଼ିବାରେ ଅକ୍ଷମ ହୋଇଥାନ୍ତି।)ରେ ପୀଡ଼ିତ ଥିଲେ ମଧ୍ୟ ସେ ସେଥିରେ ଭଲ ଖେଳ ଖେଳନ୍ତି। ମାସୋନ ଏପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଏଠାରେ ଦର୍ଶାଇଛନ୍ତି କି ଅସୁବିଧା ପରେ ବି ଚେଷ୍ଟା ଦ୍ୱାରା ସବୁକିଛି ହାସଲ କରିହେବ। ଯେତେବେଳେ ତାଙ୍କୁ ଗେମ୍‌ରୁ ପ୍ରଥମେ ଟଙ୍କା ମିଳିଲା ସେତେବେଳେ ସେ ଚିନ୍ତିତ ଥିଲେ, କାରଣ ସେହି କମ୍ପାନୀ ତାଙ୍କୁ ଟଙ୍କା ପଠେଇବ କି ନାହିଁ ଜାଣି ନ ଥିଲେ।

Share