୩ ଦିନରେ ୩୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ

ମୁମ୍ବାଇ: ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ ଡିସେମ୍ବର ୧୬ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ୧୩ ବର୍ଷ ଅପେକ୍ଷା କରିଥିଲେ। ଏହି ଫିଲ୍ମର ପ୍ରଥମ ପାର୍ଟ ଅବତାର-୧ ୨୦୦୯ରେ ରିଲିଜ୍‌ ହୋଇଥିଲା। ଉତ୍କୃଷ୍ଟମାନର ଭିଏଫ୍‌ଏକ୍ସ ଦର୍ଶକଙ୍କୁ ପ୍ରଭାବିତ କରିଛି। ତେବେ ଏହି ଫିଲ୍ମ ବିଶ୍ୱବ୍ୟାପୀ ପ୍ରଥମ ସପ୍ତାହରେ ୩୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ସମସ୍ତେ ‘ଅବତାର-୨’ କୁ ତୀବ୍ର ପ୍ରଶଂସା କରୁଛନ୍ତି, ସ୍ପଷ୍ଟ ଭାବରେ କହିବାକୁ ଗଲେ ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇରହିଛ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯଦି ଆମେ ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ସଂଗ୍ରହକୁ ଦେଖିବା ତେବେ ଏହି ଫିଲ୍ମ ସମଗ୍ର ବିଶ୍ୱରେ ୩୫୦୦ କୋଟି ରେକର୍ଡ ସଂଗ୍ରହ କରିଛି। ଏଥିସହିତ ‘ସ୍ପାଇଡର୍‌-ମ୍ୟାନ – ନୋ ୱେ ହୋମ’ ଏବଂ ‘ଆଭେଞ୍ଜର୍ସ’କୁ ମଧ୍ୟ ପଛରେ ପକାଇଛି ‘ଅବତାର-୨’। ଏଭଳି ପରିସ୍ଥିତିରେ ଅନୁମାନ କରାଯାଉଛି ଯେ ‘ଅବତାର-୨’ ଚଳିତ ବର୍ଷର ସବୁଠାରୁ ସଫଳ ହଲିଉଡ ଚଳଚ୍ଚିତ୍ର ହେବାକୁ ଯାଉଛି।

Share