ଟଙ୍କା କମଉଛି କାହା ପାଇଁ

ମାଆବାପା ଅଫିସ୍‌ରେ ଥାଆନ୍ତି। ହଠାତ୍‌ ଝିଅର ଫୋନ୍‌ ଆସିଲା। ଘରେ ସାନ ଭାଇ ଆତ୍ମହତ୍ୟା କରିଦେଇଛି। କିଛି ସମୟ ପୂର୍ବରୁ ମାଆଙ୍କ ଆକାଉଣ୍ଟ୍‌ରୁ କିଛି ଟଙ୍କା କଟିଯାଇଥାଏ। ଆଉ ତାହା ବି ଅନ୍‌ଲାଇନ୍‌ ଗେମ୍‌ରେ। ସେଥିପାଇଁ ମାଆ ତାକୁ ଗାଳି ଦେଇଥିଲେ। ମାତ୍ର ୧୨ ବର୍ଷର ପୁଅ ପୁଣି ଆତ୍ମହତ୍ୟା କରିବା ପୂର୍ବରୁ ଚାଳିଶ ହଜାର ଟଙ୍କା ଅନ୍‌ଲାଇନ୍‌ ଗେମ୍‌ରେ ହାରିଥିବା କଥା ଚିଠିରେ ଲେଖିଦେଇ ଯାଇଥାଏ। ହୃଦୟ ବିଦାରକ ଘଟଣାଟି ମଧ୍ୟପ୍ରଦେଶର। ଏଇ କିଛି ମାସ ମଧ୍ୟରେ ଆମ ରାଜ୍ୟର କିଛି ସ୍ଥାନରେ ଏମିତି ଘଟଣା ଘଟିବାର ନଜିର ରହିଛି; ଯେଉଁଥିରେ ତେର-ଚଉଦ ବର୍ଷର ପିଲା ଅନ୍‌ଲାଇନ୍‌ କ୍ଲାସ୍‌ କରୁକରୁ ଅନ୍‌ଲାଇନ୍‌ ଗେମ୍‌ ନିଶାରେ ପଡ଼ିଛନ୍ତି। ଆଉ ମାଆବାପା ଜାଣିବା ପରେ ଖେଳିବାକୁ ମୋବାଇଲ୍‌ ଦେବାକୁ ମନାକରିଛନ୍ତି, ବୁଝାଇଛନ୍ତି, ଗାଳି ବି ଦେଇଛନ୍ତି। ଆଉ ତା’ପରେ ସେମାନେ ରାଗରେ ହେଉ କି ବିଷାଦରେ ହେଉ ଏମିତି ଗୋଟେ ପଦକ୍ଷେପ ନେଇଯାଇଛନ୍ତି।
ଆମ ଦେଶରେ ପ୍ରତି ଘଣ୍ଟାରେ ଜଣେ ପିଲା ଆତ୍ମହତ୍ୟା କରୁଥିବାର ଆକଳନ କରାଯାଇଛି। ୨୦୧୯ରେ ଦଶ ହଜାରରୁ ଅଧିକ ପିଲା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି; ଯାହା ବିଗତ ପଚିଶ ବର୍ଷ ଭିତରେ ସବୁଠୁ ଅଧିକ। ପିଲାମାନେ ଆତ୍ମହତ୍ୟା କରିବା ପଛରେ ବିଭିନ୍ନ କାରଣ ରହିଛି। ପରୀକ୍ଷାରେ ଖରାପ୍‌ କରିବା କି କରିବାର ଡର, ପାଠ ପାଇଁ ମାଆବାପାଙ୍କର ମାତ୍ରାଧିକ ଚାପ, ନିଶାଦ୍ରବ୍ୟ ସେବନ, ଯୌନ ଶୋଷଣ, ଅଭିଭାବକଙ୍କ ପିଲାଙ୍କୁ ଆଗଧାଡ଼ିରେ ଦେଖିବାର ନିଶା ଏମିତି ଅନେକ କାରଣ। ଆଉ ଏସବୁ ଭିତରେ ବିଗତ କିଛିବର୍ଷ ହେବ ଅନ୍‌ଲାଇନ୍‌ ଗେମ୍‌, ମୋବାଇଲ୍‌ ଦେଖିବା ବା ସେଥିରେ ଖେଳିବାର ନିଶା ସାମିଲ୍‌ ହୋଇଛି। ଆଉ ଗତ ଦୁଇବର୍ଷ ଧରି କରୋନା ପାଇଁ ଯେମିତି ଏ ଚିତ୍ରରେ ଆହୁରି ଅନେକ ପରିବର୍ତ୍ତନ ଦେଖାଦେଇଛି।
ଏବେ ଘରେ ଘରେ କୁନି ପିଲାଏ ମୋବାଇଲ୍‌ ନିଶାରେ ପଡ଼ିଛନ୍ତି। ସ୍କୁଲ୍‌ କଲେଜ୍‌ ବନ୍ଦ ପରେ କିଛି ଶ୍ରେଣୀର ପିଲାଙ୍କ ପାଇଁ ଏହା ସାମୟିକ ଭାବେ ଖୋଲିଛି। ହେଲେ ଅଧିକାଂଶ କ୍ଲାସ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ଏବେ ବି ହେଉଛି। ତେଣୁ ପାଠପଢ଼ା ସମୟ ପରେ ବି ପିଲାଏ ମୋବାଇଲ୍‌, ଲାପ୍‌ଟପ୍‌, ସୋସିଆଲ୍‌ ମିଡିଆ ନିଶାରୁ ବାହାରି ପାରୁନାହାନ୍ତି। କରୋନା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଆଉ ତା’ପରେ ପୁଣି ବିଭିନ୍ନ ଜାଗାକୁ ଯିବାର ପ୍ରତିବନ୍ଧକ, ଏସବୁ ଯେମିତି ଆମ ପିଛା ଛାଡ଼ୁନି। ଆଉ ଏସବୁ ଭିତରେ ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି ପିଲାଏ। କିନ୍ତୁ ଅଭିଭାବକମାନେ ଯେମିତି କେବଳ ପିଲାଙ୍କ ପାଠକୁ ନେଇ ବେଶ୍‌ ଚିନ୍ତିତ। ଏତେ ମାସ ହେଲା ସ୍କୁଲ୍‌ ନ ଯାଇ ଘରଭିତରେ ରହି ରହି ତାଙ୍କ ମାନସିକତାରେ କେତେ ଯେ ପରିବର୍ତ୍ତନ ହୋଇଛି ସେ କଥା ବୁଝିବାକୁ ଯେମିତି କେହି ନାହାନ୍ତି।
ନିଜ ପିଲାଙ୍କୁ ଆଗଧାଡ଼ିରେ ଦେଖିବାର ନିଶା ବି କିଛି କମ୍‌ ନୁହେଁ। ଦିନେ ଶହେରୁ ପଚାଶ ରଖିପାରି ନ ଥିବା ଲୋକର ବି ଇଚ୍ଛା ତା’ ଛୁଆ ଶହେରୁ ଶହେ ରଖୁ। ଏସବୁ ଚାପ ଭିତରେ ପିଲା ମାଆବାପାଙ୍କଠୁ ଦୂରେଇ ଯାଉଛନ୍ତି। ବିଭିନ୍ନ ପରିସ୍ଥିତି ଦେଇ ଗତିକରିବା ବେଳେ କେମିତି ତା’ର ମୁକାବିଲା କରିବେ ସେ କଥା ବୁଝିପାରୁନାହାନ୍ତି। କାରଣ ଚାମଚରେ ଖୁଆଇବା ପରି ଆମେ ତାଙ୍କୁ ଘରଭିତରେ ରଖି କେବଳ ପାଠପଢ଼ାର ବୋଝ ଦେଇ ଅତି ସୀମିତ ପରିସ୍ଥିତିର ମୁକାବିଲା କରିବାର ରାସ୍ତା ବତେଇ ଦେଉଛେ। ଆଉ ପ୍ରକୃତ ସଂଘର୍ଷ କଥା ଛାଡ଼ନ୍ତୁ ନିତିଦିନିଆ ଜୀବନରେ ମାମୁଲି ଅସୁବିଧାର ସମ୍ମୁଖୀନ ହେବାକୁ ବି ସେମାନେ ନିଜକୁ ପ୍ରସ୍ତୁତ କରିପାରୁନାହାନ୍ତିି। ବରଂ ଛୋଟଛୋଟ କଥାରେ ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ଆଉ ଏ ସବୁ ପାଇଁ କେବଳ ଆମପରି ଅଭିଭାବକମାନେ ହିଁ ଦାୟୀ।
ନଡ଼ିଆ ଫୋପଡ଼ାରୁ ତିଆରି କ୍ରିକେଟ୍‌ ବ୍ୟାଟ୍‌, ଜରି କି ପତ୍ର ସବୁକୁ ନେଗଇ ସୁତୁଲି ଗୁଡ଼ାଇ ସେଥିରେ ବଲ୍‌ ତିଆରିକରି ଖେଳିବା, ସାଇକେଲ୍‌ କି ଗାଡ଼ି ଟାୟାରକୁ କାଠିରେ ଗଡ଼େଇବା ଆଦିପରି ଅନେକ କଥା ଆଗରୁ ଦେଖିବାକୁ ମିଳୁଥିଲା। ସେମିତି ନଟୁ, କାଚବାଟି ଖେଳ, ଡାଗରପୁଆ ସାଙ୍ଗକୁ କବାଡ଼ି, କିତିକିତି, ବୋହୂଚୋରି ଏମିତି ଅନେକ ଖେଳ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଥିଲା। ହେଲେ ଏସବୁ ଏବେ ସ୍ବପ୍ନ ପ୍ରାୟ। ଆଉ ଏସବୁର ଜାଗା ଏବେ ନେଇଛି ଟିଭି, ମୋବାଇଲ୍‌, ସୋସିଆଲ୍‌ ମିଡିଆ ଇତ୍ୟାଦି। ଆମ ଜେଜେବାପା ଅମଳରେ ପାଲିଙ୍କି, ଶଗଡ଼ଗାଡ଼ି ଥିଲା। ଆଉ ବାପାଙ୍କ ଅମଳରେ ସାଇକେଲ, ଦୁଇଚକିଆ, ଚାରିଚକିଆ ଆମେ ଦେଖିଲେ। ଆଉ ଆମ ପିଲାଏ ଏକାଥରେ ଜନ୍ମରୁ ଚାରିଚକିଆରେ ବସିଲେ। ଖଣ୍ଡେ ସାଇକେଲ୍‌ କିଣିବାକୁ ହେଲେ ଆମକୁ ଅନ୍ତତଃ ସପ୍ତମ କି ଅଷ୍ଟମ ଶ୍ରେଣୀଯାଏ ଅପେକ୍ଷା କରିବାକୁ ପଡ଼ୁଥିଲା। ସାଇକେଲ୍‌ ମିଳୁଥିଲା। ହେଲେ ଅନେକ ସର୍ତ୍ତ ପରେ। ଆଉ ସର୍ତ୍ତଟି ହେଲା ପାଠପଢ଼ାରେ ଧ୍ୟାନ ଦିଅ। ଆଉ ଉପର ତଳ ଭାଇଭଉଣୀଙ୍କର ବି ସେ ସାଇକେଲ୍‌ରେ ଭାଗ ରହୁଥିଲା। କିନ୍ତୁ ଏବେ ସେଇସମୟ ଭିତରେ ଅଧିକାଂଶ ପିଲା ଦୁଇ ତିନୋଟି କି ତାଠୁ ବି ଅଧିକ ସାଇକେଲ ବଦଳାଇ ଦେଉଛନ୍ତି। କଥା ନୁହେଁ ଆମେ ତାଙ୍କୁ କ’ଣ ଦେଇପାରୁଛେ। କଥା ହେଉଛି ତାଙ୍କୁ କ’ଣ କ’ଣ ନ ମିଳିଲେ ସେମାନେ କେମିତି ପ୍ରତିକ୍ରିୟାଶୀଳ ହେଉଛନ୍ତି। ଆଗରୁ ଆମ ମାଆବାପା ଆମକୁ କିଛି ପାଇଁ ନା କହିବାଟା ଆମ ଲାଗି ବେଶ୍‌ ସ୍ବାଭାବିକ ଥିଲା। ହେଲେ ଏବେ ପିଲାଙ୍କ ପାଇଁ ନା ଶୁଣିବାଟା ଏତେ ସହଜ ନୁହେଁ।
ଥିଲାବାଲା ହେଉ କି ନ ଥିଲାବାଲା, ଅଧିକାଂଶ ମାଆବାପାଙ୍କର ମାନସିକତା ହେଲା ଯାହା ମୁଁ କରିନି ତାହା ମୋ ପିଲା କରିବ। ଯାହା ମୁଁ ପାଇନି ସେସବୁ ଯେମିତି ମୋ ପିଲା ପାଇବ। ସେଥିପାଇଁ କେବେକେମିତି ଆମ ଛୁଆଙ୍କୁ କେହି କିଛି ପାଇଁ ଆକଟ କଲାବେଳେ ଆମେ କହୁ ଟଙ୍କା କମଉଛି କାହା ପାଇଁ! ମାନେ ଯଦି ମୋ ଛୁଆକୁ ସମସ୍ତ ସୁଖସୁବିଧା ନ ମିଳିଲା, ଯଦି ମୋ ଛୁଆ ଯାହା ମାଗୁଛି କି ଦରକାର କରୁଛି ମୁଁ ନ ଦେଇ ପାରିଲି ତା’ହେଲେ ମୁଁ ରୋଜଗାର କରୁଥିବା ଟଙ୍କା କି କାମର। ମାଆବାପା କି ଅଭିଭାବକ ହିସାବରେ ଏମିତି ଭାବିବା ସ୍ବାଭାବିକ। ହେଲେ ପିଲାଙ୍କୁ ଆପଣ ନା କହିବା ଯେତିକି ଜରୁରୀ ନୁହେଁ, ପିଲା କେବେ କେମିତି ନା ଶୁଣି ତାକୁ ସହଜରେ ଗ୍ରହଣ କରିବା ସେତିକି ଜରୁରୀ; ଯାହାଫଳରେ ସେମାନେ ନା ଶବ୍ଦକୁ ଅତି ସହଜରେ ଗ୍ରହଣ କରିପାରିବେ। ଆଉ ଏଇ ନା, ଶବ୍ଦ ହିଁ ସେମାନଙ୍କୁ ଜୀବନ ଜିଇବାର ପରିଭାଷା ଶିଖାଇବ।
ମୋ-୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri