କିନ୍ନରଙ୍କ ପାଇଁ ରୋଜଗାର: ଗୁଆହାଟୀ ଷ୍ଟେଶନରେ ଖୋଲିଲା ପ୍ରଥମ ‘ଟ୍ରାନ୍ସ ଚା ଷ୍ଟଲ’…

ଗୁଆହାଟୀ , ୧୨/୩: ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଭାରତୀୟ ରେଳବାଇ ଗୁଆହାଟୀ ଷ୍ଟେଶନରେ ପ୍ରଥମ ଥର ପାଇଁ ‘ଟ୍ରାନ୍ସ ଚା ଷ୍ଟଲ’ ଲଞ୍ଚ କରିଛି। ଯାହା କିନ୍ନରଙ୍‌ଙ୍କ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ପରିଚାଳିତ ହେବ। ଉତ୍ତର ପୂର୍ବାଞ୍ଚଳ ରେଳବାଇ ମୁଖପାତ୍ର ସବ୍ୟସାଚୀ ଦେ କହିଛନ୍ତି ଯେ କିନ୍ନରଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ‘ଟ୍ରାନ୍ସ ଚା ଷ୍ଟଲ’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପଦକ୍ଷେପ ପାଇଁ ଏନଇଏଫଆର ଅଲ ଆସାମ ଟ୍ରାନ୍ସଜେଣ୍ଡର ଆସୋସିଏଶନକୁ ସମସ୍ତ ସହଯୋଗ ଯୋଗାଇ ଦେଇଛି। ଗୁଆହାଟୀ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରେ ଥିବା ‘ଟ୍ରାନ୍ସ ଚା ଷ୍ଟଲ’କୁ ଏନଏଫ ରେଳବାଇର ଜେନେରାଲ ମ୍ୟାନେଜର ଅନସୁଲ ଗୁପ୍ତା ଉଦଘାଟନ କରିଥିଲେ।

Share