କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…

ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ ଚାକିରି ହରାଇଥିଲେ, ତାଙ୍କ ନିକଟରେ କୌଣସି ବ୍ୟବସାୟ ନ ଥିଲା। ସେତେବେଳେ ବନାସକଣ୍ଠା ଜିଲାର ଜଣେ ୬୨ ବର୍ଷୀୟା ନଓ୍ବାଲାବେନ୍‌ ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ନଓ୍ବାଲବେନ୍‌ ପଶୁପାଳନ ଏବଂ କ୍ଷୀର ବିକି ନିଜେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୦ରେ ସେ ୧ କୋଟି ୧୦ ଲକ୍ଷ ଟଙ୍କା କ୍ଷୀର ବିକ୍ରି କରି ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି।

ଗୁଜରାଟର ବନାସକଣ୍ଠା ଜିଲାର ନଗାନା ଗାଁର ନଓ୍ବାଲବେନ୍‌ ସ୍ବଳ୍ପ ମୂଲ୍ୟରେ ପଶୁପାଳନ ବ୍ୟବସାୟରେ ଜଡ଼ିତ ଥିଲେ କିନ୍ତୁ ଆଜି ତାଙ୍କର ୮୦ଟି ମଇଁଷି ଏବଂ ୪୫ଟି ଗାଈ ଅଛନ୍ତି। ଯେଉଁଥିରୁ ସେ ପ୍ରତିଦିନ ୧୦୦୦ ଲିଟର ପାଇଥାନ୍ତି।

ନଓ୍ବାଲାବେନ୍‌ କ୍ଷୀର ବିକି ପ୍ରତି ମାସରେ ୩ ଲକ୍ଷ ୫୦ ହଜାର ଟଙ୍କା ଲାଭ କରନ୍ତି। ଗାଁରେ ତାଙ୍କର ନିଜର ଡାଏରୀ ଅଛି, ଯେଉଁଠି ସେ ୧୧ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି। ନଓ୍ବାଲବେନ୍‌ଙ୍କର ୪ ପିଲା ଅଛନ୍ତି। ଯେଉଁମାନେ ସହରରେ ଅଧ୍ୟୟନ କରନ୍ତି ଏବଂ କାମ କରନ୍ତି । ସେ ୨୦୧୯ରେ ୮୭.୯୫ ଲକ୍ଷ ଟଙ୍କା କ୍ଷୀର ବିକ୍ରି କରିଥିଲେ।

ଆତ୍ମନିର୍ଭରଶୀଳ ହୋଇ ପାରିଥିବା ନଓ୍ବାଲବେନ ଅଶିକ୍ଷିତ କିନ୍ତୁ ତାଙ୍କର ଅନନ୍ୟ ଦକ୍ଷତା ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କଠାରୁ ୨ଲକ୍ଷ୍ମୀ ପୁରସ୍କାର, ୩ ପାଳକ ପୁରସ୍କାର ପାଇଛନ୍ତି।

Share