ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’: ପ୍ରଥମ ଦିନରେ ଆୟ କଲା ଏତିକି କୋଟି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ଗତ ୧୩ ବର୍ଷ ଅପେକ୍ଷା କରିଥିଲେ। ଆଉ ଶେଷରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଯାଇଛି। ରିଲିଜ୍‌ ହେବାର ପ୍ରଥମ ଦିନରେ ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ କୋଟି କୋଟି ଟଙ୍କା ଆୟ କରିଛି। ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ୪୦ କୋଟି ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଆୟ କରି ହଲିଉଡ୍‌ର ମାର୍ବଲ ୟୁନିଭର୍ସର ସୁପରହିଟ୍‌ ଫିଲ୍ମ ‘ସ୍ପାଇଡର୍‌ମ୍ୟାନ୍‌: ନୋ ୱେ ହୋମ’ ଏବଂ ‘ଆଭେଞ୍ଜର୍ସ ଇନଫିନିଟି ୱାର’କୁ ପଛରେ ପକାଇ ଦେଇଛି। ରିପୋର୍ଟ ଅନୁଯାୟୀ, ସ୍ପାଇଡର୍‌ମ୍ୟାନ୍‌ ପ୍ରଥମ ଦିନରେ ୩୨ କୋଟି ଆୟ କରିଥିବା ବେଳେ ଆଭେଞ୍ଜର୍ସ ୩୧ କୋଟି ଆୟ କରିଥିଲା।

Share