ଇୟରିଂ ଫ୍ୟାଶନ

ଏବେ କୌଣସି ପାର୍ଟି ହେଉ କି ଫଙ୍କସନ୍‌, ସବୁଥିରେ ମହିଳାମାନେ ବିଭିନ୍ନ ପ୍ରକାର ଆସେସରିଜ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ଆସେସରିଜ୍‌ରେ ଇୟର ରିଂକୁ ନିଆଯାଇପାରେ। ନିଜ ଡ୍ରେସ କିମ୍ବା ଶାଢ଼ି ସହିତ ମ୍ୟାଚ୍‌ କଲାଭଳି ଇୟର ରିଂ ପିନ୍ଧନ୍ତୁ, ଯାହା ଆପଣଙ୍କୁ ବେଶ୍‌ ମାନିବା ସହ ଆପଣ ଅନ୍ୟମାନଙ୍କ ସାମ୍ନାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। ଏଠାରେ କେତୋଟି ଟିପ୍ସ ଦିଆଯାଉଛି, ଯାହା ଆପଣଙ୍କ ଲୁକ୍‌କୁ ବିଲ୍‌କୁଲ ବଦଳାଇ ଦେବ। ଆଉଟ୍‌ଫିଟ୍‌ ଓ୍ବେଷ୍ଟର୍ନ ହେଉକି ଇଣ୍ଡିଆନ୍‌ ଇୟରରିଂଙ୍ଗସ ସବୁଠାରୁ ଭଲ ଅପସନ୍‌ ହୋଇଥାଏ। ଆସନ୍ତୁ ଜାଣିବା ଏମିତି କେତୋଟି ଇୟରିଂ ପ୍ୟାଟର୍ନ……
ଡ୍ରପ୍‌ ଇୟରିଂ
ଡ୍ରପ୍‌ ଇୟରିଂ ସବୁଠାରୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଏହା ଭାରତୀୟ ପରିଧାନ ସହିତ ଓ୍ବେଷ୍ଟର୍ନ ଡ୍ରେସରେ ମଧ୍ୟ ଭଲ ମାନିଥାଏ। ଏପରି ଇୟର ରିଂରେ ଏକ ଲମ୍ବା ଭାଗ ତଳକୁ ଓହଳିବା ସହିତ ଏକ ଛୋଟମାଳି ଲଟକି ରହିଥାଏ। ଏହି ଏଲିମେଣ୍ଟ ପର୍ଲ, କୌଣସି ଷ୍ଟୋନ କିମ୍ବା କୌଣସି ମାଳି ଆକାରର ହୋଇଥାଏ।
ଚାନ୍ଦବାଲି
ଚାନ୍ଦବାଲି ନାମରୁ ଜଣାପଡୁଛି ଏହି ଇୟର ରିଂଟିର ଆକାର ଚାନ୍ଦ ଭଳି ହୋଇଥିବ। ଏକଷ୍ଟଡ୍‌ ଉପରେ ବଡ଼ ଭାଗ ଝୁଲିକି ରହିଥାଏ। ଯାହା ସାଧାରଣତଃ ଚାନ୍ଦପରି ଦେଖାଯାଇଥାଏ। ଝୁମ୍‌କା ଡିଜାଇନ୍‌ର କେତେକ ଭେରାଇଟି ଆପଣଙ୍କୁ ମିଳିଯିବ।
ଇୟରଚେନ୍‌ ଇୟର ରିଂ
ଏହିଭଳି ଇୟର ରିଂ ଆପଣ ନିଜ ଜେଜେମା’, ଆଈ ପ୍ରମୁଖ ପିନ୍ଧିଥିବାର ଦେଖିଥିବେ। ଏଭଳି ଇୟର ରିଂରେ ଏକ ଚେନ୍‌ ଲାଗିଥାଏ, ଯାହାକୁ ସେମାନେ କାନ ପଛରେ କିମ୍ବା କେଶରେ ଲଗାଇଥାନ୍ତି। ଓଜନଥିବା ଇୟର ରିଂକୁ ସପୋର୍ଟ ଦେବାକୁ ଏହି ଚେନ ଝିଙ୍କା ପରି କାମ କରିଥାଏ। କିନ୍ତୁ ଏହା ସମୟ ସହିତ ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି।
ଶ୍ୟାଣ୍ଡଲିୟର
ଶ୍ୟାଣ୍ଡଲିୟର ଅର୍ଥ ଝୁମର। ଏହି ଇୟର ରିଂ ପ୍ୟାଟର୍ନ ଝୁମର ଡିଜାଇନ୍‌ର ହୋଇଥାଏ। ଏହା ଉପରିଭାଗରୁ ଏକ ଷ୍ଟଡ୍‌ରୁ ଆରମ୍ଭ ହୋଇ ତଳ ଆଡ଼କୁ ଚଉଡ଼ା ହୋଇଥାଏ। ଏହାକୁ ଆପଣ ଓ୍ବେଷ୍ଟର୍ନ ଏବଂ ଇଣ୍ଡିଆନ୍‌ ଡ୍ରେସ ସହିତ ପିନ୍ଧିପାରିବେ।