Posted inଫୁରସତ

ଖାଦ୍ୟ ସୁରକ୍ଷା ଲାଗି ମାଟି ମାଆର ଯତ୍ନ ଜରୁରୀ

ମାଟି ହେଉଛି ମାଆ। ତା’ରି କୋଳରେ ଜୀବଜଗତ ଜନ୍ମ ଲାଭ କରେ ଆଉ ତା’ରି କୋଳରେ ମୃତ୍ୟୁବରଣ କରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କୋଳରେ ଜୀବଜଗତକୁ ଧରି ରଖିବା ସହିତ ତା’ର ନାନାବିଧ ଆବଶ୍ୟକତା ମଧ୍ୟ ପୂରଣ କରେ। ସେ ମନୁଷ୍ୟ ହୁଅନ୍ତୁ କିମ୍ବା ପଶୁପକ୍ଷୀ କିମ୍ବା ବୃକ୍ଷଲତା, ସମସ୍ତେ ମୃତ୍ତିକାରୁ ହିଁ ନିଜର ଖାଦ୍ୟ ଓ ପାନୀୟ ସଂଗ୍ରହ କରିଥାନ୍ତି। ଏହି ମାଟି ମାଆର ଉପଯୁକ୍ତ ଯତ୍ନ ପାଇଁ ୨୦୧୩ରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ସମଗ୍ର ପୃଥିବୀରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ଲାଗି ଶୀର୍ଷକ ରହିଛି Halt soil salinization and boost soil productivity (ମୃତ୍ତିକାକୁ ଲବଣାକ୍ତରୁ ରକ୍ଷାକର ଏବଂ ଉତ୍ପାଦକତା ବଢ଼ାଅ)। ଅର୍ଥାତ୍‌ ମୃତ୍ତିକାକୁ ଆମେ କିପରି ଲବଣାକ୍ତ ହେବାରୁ ରକ୍ଷାକରିବା ଓ ତା’ର ଉତ୍ପାଦକତା ବଢ଼ାଇବା। ସମଗ୍ର ପୃଥିବୀରେ ଏକ ତୃତୀୟାଂଶ ମୃତ୍ତିକା ଅବକ୍ଷୟ ଜର୍ଜରିତ। ଆମ ଦେଶରେ ୧୨୦.୭ ନିୟୁତ ହେକ୍ଟର ଜମି ଅବକ୍ଷୟିତ। ଅର୍ଥାତ୍‌ ମୋଟ କ୍ଷେତ୍ରଫଳର (୩୨୯ ନିୟୁତ ହେକ୍ଟର) ୩୭ ଭାଗ। ତେଣୁ ଆମ ମୃତ୍ତିକାକୁ ପ୍ରଦୂଷଣ ଓ ଅବକ୍ଷୟଜନିତ କ୍ରିୟାରୁ ବଞ୍ଚାଇବାକୁ ପଡିବ।
ଆଜି ଆମ ସମ୍ମୁଖରେ ଯେଉଁ ମାଟି ଦୃଶ୍ୟମାନ ତାହା ବର୍ଷେ, ଦୁଇବର୍ଷ କିମ୍ବା ଶହେ ବର୍ଷର ମାଟି ନୁହେଁ। ଏହା ଲକ୍ଷ ଲକ୍ଷ ବର୍ଷର ମାଟି। ସାଧାରଣତଃ ବୁଝିବାକୁ ଗଲେ ଏକ ସେଣ୍ଟିମିଟର ମାଟି ପାଇଁ ପ୍ରାୟ ୨୦୦-୪୦୦ ବର୍ଷ ସମୟ ଲାଗିଥାଏ। ଏହି ମୃତ୍ତିକା ପୁଣି ଉର୍ବର ମାଟିରେ ପରିଣତ ହେବା ପାଇଁ ଆହୁରି ୩୦୦୦ ବର୍ଷ ସମୟ ଲାଗେ। ଏଥିରୁ ଅନୁମାନ କରାଯାଇପାରିବ ଯେ, ଆମ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ଗଭୀର ମାଟି କେତେ ଲକ୍ଷ ବର୍ଷର ସୃଷ୍ଟି। କିନ୍ତୁ ପରିତାପର ବିଷୟ ଏହି ଯେ, ପ୍ରତିବର୍ଷ ହେକ୍ଟର ପିଛା ଆମର ହାରାହାରି ମୃତ୍ତିକା କ୍ଷୟ ହେଉଛି ୧୬.୪ ଟନ । ଏହି ମୃତ୍ତିକା ତାହା ସହିତ ଅତ୍ୟନ୍ତ ମୂଲ୍ୟବାନ୍‌ ଖାଦ୍ୟ ପଦାର୍ଥ (ଯବକ୍ଷାରଜାନ, ଫସ୍‌ଫରସ୍‌, ପଟାସିୟମ ଇତ୍ୟାଦି) ଅଣୁସାର ଓ ଅନ୍ୟାନ୍ୟ ପଦାର୍ଥ ଜଳ ସ୍ରୋତ ସହିତ ସମୁଦ୍ରକୁ ନେଇଯାଉଛି ଓ ମୃତ୍ତିକା ଉର୍ବରତା ହ୍ରାସ କରୁଛି। ଆଜିକାଲି ଆମେ ଆମର ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ମୃତ୍ତିକା ପ୍ରଦୂଷଣ ବଢ଼ାଇବାରେ ଲାଗିଛେ। ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ମାଟିରେ ମିଶାଇ ଦେଉଛୁ ଏବଂ ତାହା ବିଘଟିତ ନ ହୋଇ ପଡ଼ିରହୁଛି। ମୃତ୍ତିକାର ମୁଖ୍ୟତଃ ୪ଟି ବଡ଼ ଅବଦାନ ରହିଛି। ଯଥା: (୧) ଜଳଧାରଣ କ୍ଷମତା, (୨) ବୃକ୍ଷଲତା ଖାଦ୍ୟଧାରଣ କ୍ଷମତା, (୩) ବିଘଟନ କ୍ଷମତା ଓ (୪) ସନ୍ତୁଳନ କ୍ଷମତା I ଏହି ଚାରୋଟି କାର୍ଯ୍ୟ ମଧ୍ୟରୁ ବିଘଟନ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଟିରେ ବିଭିନ୍ନ ପ୍ରକାର ଅଣୁଜୀବ ବାସ କରନ୍ତି। ଯଥା: (୧) ଯବକ୍ଷାରଜାନ ବିବନ୍ଧକ, (୨) ଫସ୍‌ଫରସ୍‌ ଓ ଗନ୍ଧକ ଦ୍ରାବକ, (୩) ଜୈବିକ ବିଘଟକ, ଅମ୍ଳଜାନ ପ୍ରେରକ (ଜିଆ) ଇତ୍ୟାଦି ଇତ୍ୟାଦି। ଆମ ଓଡ଼ିଶାରେ ପ୍ରାୟ ୪୮୫ କିଲୋମିଟରର ସମୁଦ୍ର ତଟ ଅଛି, ଯାହାକି ଆମେ ସନ୍ତୁଳିତ ଭାବରେ ବ୍ୟବହାର ନ କଲେ ସମଗ୍ର ତଟ ଅଞ୍ଚଳରେ ଲୁଣI ମାଡ଼ିଯିବାର ସମ୍ଭାବନା ରହିଛି I ଅର୍ଥାତ୍‌ ସମୁଦ୍ରକୂଳିଆ ଅଞ୍ଚଳରେ ନିର୍ଦ୍ଧାରିତ ଗଭୀରତାଠାରୁ ଅଧିକ ଗଭୀରତାରୁ ନଳକୂପ ସାହାଯ୍ୟରେ ଭୂଜଳ ଉତ୍ତୋଳନ କଲେ, ସମୁଦ୍ର ପାଣି ସ୍ଥଳଭାଗକୁ ପ୍ରବେଶ କରି ସମଗ୍ର ମୃତ୍ତିକା ସ୍ତରକୁ ଲବଣାକ୍ତ କରିଦେବ ଓ ଫସଲ ଚାଷ ହୋଇ ପାରିବ ନହିଁ I ସେହିପରି ପାହାଡ଼ିଆ ଅଞ୍ଚଳ ଢାଲୁ ହୋଇଥିବାରୁ ମୃତ୍ତିକା କ୍ଷୟ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ, ଉର୍ବର ମୃତ୍ତିକା କ୍ଷୟ ହୋଇଯିବା ଫଳରେ ଜମିର ଉତ୍ପାଦିକା ଶକ୍ତି କମିଯିବ।
ପର୍ଯ୍ୟାପ୍ତ ମାତ୍ରାରେ ଗୋବରଖତ ଓ ସବୁଜ ସାର (ଧଣିଚା) ପ୍ରୟୋଗ ଅଭାବରୁ, ଓଡ଼ିଶାର ମୃତ୍ତିକାରେ ଜୈବିକ ଅଙ୍ଗାରକ ବହୁତ ମାତ୍ରାରେ କମିଗଲାଣି I ମୃତ୍ତିକାରେ ଆବଶ୍ୟକ ମାତ୍ରାଠାରୁ ଜୈବିକ ଅଙ୍ଗାରକ କମିଗଲେ, ତା’ର ଜଳଧାରଣ କ୍ଷମତା କମିଯିବ ଓ ଆମେ ଫସଲ ଉତ୍ପାଦନରେ ନାନା ସମସ୍ୟାର ସମ୍ମୁଖୀନ ହେବ। ତେଣୁ ଆମର ଭବିଷ୍ୟତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ଆମର ମୃତ୍ତିକାର ସର୍ବୋତ୍କୃଷ୍ଟ ଯତ୍ନ ନେବା ନିହାତି ଜରୁରୀ I ଆଜି ବିଶ୍ୱ ମୃତ୍ତିକା ଦିବସରେ ଶପଥ ନେବା ଯେ, ମୃତ୍ତିକା ପ୍ରଦୂଷଣମୁକ୍ତ ରଖିବା ଓ ତାହାର ଉର୍ବରା ଶକ୍ତି ଯେମିତି ସବୁଦିନ ପରି ବଜାୟ ରହେ, ସେ ଦିଗରେ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ସେ ଦିଗରେ ଅଧିକ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା।

-ଡ. ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର,
ମୋ: ୮୭୬୩୮୪୧୧୦୮


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri