ମାଟି କାନ୍ଥ ଭୁଶୁଡି ସ୍ବାମୀ ମୃତ:  ସ୍ତ୍ରୀ ଗୁରୁତର

ଚାନ୍ଦବାଲି.୧୬।୭(ଅଶୋକ କୁମାର ପଣ୍ଡା): ଭଦ୍ରକ  ଜିଲା ଚାନ୍ଦବାଲି ବ୍ଲକ ଅଧୀନ କରଣପଲ୍ଲୀ ଗ୍ରାମରେ ଏକ ଅଭାବନୀୟ  ଘଟଣା ଘଟିଛି। ସ୍ବାମୀସ୍ତ୍ରୀ ମାଟି କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ରହିଛନ୍ତି।
ସୂଚନାଯୋଗ୍ୟ, କରଣପଲ୍ଲୀ ଗ୍ରାମରେ ଏକ କଚାଘରେ ରହୁଥିବା କୁମୁଦ ମଣ୍ଡଳ(୮୦)ଙ୍କ ଘରେ ଶନିବାର ଅବିଶ୍ରାନ୍ତ ବର୍ଷାରେ ପାଣି ଜମି ହୋଇ ରହିଥିଲା ,ଏହି ବର୍ଷା ପାଣିକୁ ନିଷ୍କାସନ କରିବା ପାଇଁ କୁମୁଦ ଏବଂ ତାଙ୍କ ସ୍ତ୍ରୀ ନିହାରିକା  ପାଣି ବୋହୁଥିବା ସମୟରେ ସେହି କଚା ଘରର କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିଥିଲା।  କାନ୍ଥ ତଳେ ସ୍ବାମୀ ଏବଂ ସ୍ତ୍ରୀ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପଡୋଶୀମାନେ ଆସି ସେମାନଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ କୁମୁଦ ପ୍ରାଣ ହରାଇ ଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁମୁଦଙ୍କୁ ମୃତ ଘୋଷଣା କରାଯାଇଥିଲା ବେଳେ ଗୁରୁତର ଥିବା କୁମୁଦଙ୍କ ସ୍ତ୍ରୀ ନିହାରିକାଙ୍କୁ ଭଦ୍ରକ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଛି ।