Categories: ରାଜ୍ୟ

ସୌଭାଗ୍ୟ ବଢାଏ ମାଟି ସାମଗ୍ରୀ

ପୂର୍ବେ ଘରମାନଙ୍କରେ ପାଣିପାତ୍ର ହେଉ କି ଖାଇବା ପାତ୍ର ସବୁକିଛି ମାଟିର ଥିଲା। କିନ୍ତୁ ସମୟକ୍ରମେ ଏହା ସ୍ଥାନରେ ଷ୍ଟିଲ୍‌, କାଚ ତଥା ଚିନାମାଟିରେ ତିଆରି ଆକର୍ଷଣୀୟ ପାତ୍ରର ବ୍ୟବହାର କରାଗଲା। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଟିରେ ତିଆରି ଏମିତି ବି କିଛି ପାତ୍ର ବା ଜିନିଷ ରହିଛି; ଯାହାକୁ ଘରେ ରଖିଲେ ସ୍ବାସ୍ଥ୍ୟ ଭଲ ରହିବା ସହ ଭାଗ୍ୟ ବି ବଦଳିଥାଏବୋଲି ବିଶ୍ୱାସ ରହିଛି..

* ମାଠିଆ: ଫ୍ରିଜ୍‌ର ଥଣ୍ଡା ପାଣି ପିଇବା ଅନେକଙ୍କର ପସନ୍ଦ। କିନ୍ତୁ ଏହା ଆଦୌ ସ୍ବାସ୍ଥ୍ୟପ୍ରଦ ନୁହେଁ। ହେଲେ ମାଠିଆରେ ଥିବା ପାଣି ପିଇବାକୁ ଥଣ୍ଡା ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ ହୋଇଥାଏ। ତେବେ ଘରର ଉତ୍ତର ଦିଗରେ ମାଟିରେ ତିଆରି ପାଣି ଭର୍ତ୍ତି ମାଠିଆ ବା ସୁରେଇ ରଖିଲେ ଘରେ ନକାରାତ୍ମକ ଊର୍ଜ୍ଜା କମିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ମାଟିର କଳାକୃତି: ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର-ପୂର୍ବ ତଥା ଦକ୍ଷିଣ-ପଶ୍ଚିମ ଦିଗର ସମ୍ପର୍କ କୁଆଡ଼େ ଭୂ-ତତ୍ତ୍ୱ ସହିତ ରହିଥାଏ। ତେଣୁ ଏହି ଦିଗରେ ମାଟି ତିଆରି କୌଣସି ଘରସଜ୍ଜା ସାମଗ୍ରୀ ରଖିଲେ ଘରେ ଶୁଭ ହେବା ସହ ସୁଖ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।

* ମାଟି ଦ୍ୱୀପ: ଦୀପାବଳୀରେ ଅନେକେ ଘରେ ମାଟିର ଦୀପ ଜଳାଇଥାନ୍ତି। କେବଳ ଦୀପାବଳୀ କାହିଁକି ଅନ୍ୟ ଦିନରେ ବି ଘରେ ଗୋଟିଏ ମାଟି ଦ୍ୱୀପ ଜାଳିଲେ ଶୁଭ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।

* ମାଟି କୁଣ୍ଡ: ଘରେ ମାଟି କୁଣ୍ଡରେ ଫୁଲଗଛ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ସହ ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ବିଶ୍ୱାସ ଅଛି।

Share