Categories: ମେଟ୍ରୋ

ନୂତନ ଦଧିନଉତି ବସିବ, ଲାଗିବ ଆର୍ଥିଂ

ପୁରୁଣା ଭୁବନେଶ୍ୱର,୨୦।୭(ସୁବାସ ଚନ୍ଦ୍ର ପ୍ରଧାନ)ଗତ ଶନିବାର ବଜ୍ରପାତରେ ମାଉସୀମା ଛକସ୍ଥିତ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧି ନଉତିଟି ସମ୍ପୂର୍ଣ୍ଣ ଭାଙ୍ଗି ମନ୍ଦିରର ଚତୁଃପାର୍ଶ୍ୱରେ ଏଣେତେଣେ ପଡ଼ିଥିଲା। ଏଏସ୍‌ଆଇ କର୍ମଚାରୀମାନେ ଏହାର ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ଷ୍ଟୋର ରୁମରେ ରଖିଛନ୍ତି। ଠାକୁରଙ୍କ ନୀତିକାନ୍ତି ସ୍ବଭାବିକ ହେବା ନେଇ ବିଭାଗ ପକ୍ଷରୁ ଅସ୍ଥାୟୀଭାବେ ମନ୍ଦିର ଚୁଡ଼ାରେ ବାଲିବସ୍ତାରେ ପତାକା ଲଗାଯାଇଛି। ସ୍ଥାୟୀ ଦଧି ନଉତିଟି କୁଣ୍ଡା ପଥରେ ନିର୍ମିତ ହେବ। ଏ ନେଇ ଏଏସ୍‌ଆଇର ସ୍ବତନ୍ତ୍ର କାରିଗର ଲାଗିପଡ଼ିଛନ୍ତି। ଅନ୍ୟପଟେ ମନ୍ଦିରର ଆର୍ଥିଂ ନଥିବାରୁ ଦଧି ନଉତିଟି ଭାଙ୍ଗିଯିବା ନେଇ ଏଏସ୍‌ଆଇ ଜଣେ ଅଧିକାରୀ ସ୍ପଷ୍ଟୀକରଣ ଦେଇଛି।
ସୂଚନା ଥାଉକି ,୨୦୧୮ ମସିହାରୁ ସମାନ ଘଟଣାରେ ଅର୍ଥାଥ ବଜ୍ରପାତରେ ଜମ୍ବେଶ୍ୱର ମନ୍ଦିର, ବାବା ଅନନ୍ତବାସୁଦେବ ମନ୍ଦିର, ୧୫.ଜୁଲାଇ ୨୩ରେ ରାମେଶ୍ୱର ମନ୍ଦିର ଚୁଡ଼ାରେ ଥିବା ଦଧି ନଉତିଟି ଭାଙ୍ଗିଯାଇଥିଲା। ଘଟଣା ନେଇ ଏଏସ୍‌ଆଇ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏବେ ରାମେଶ୍ୱର ମନ୍ଦିର ଚୁଡ଼ାରେ ନୂତନ ଦଧି ନଉତି ବସାଯିବା ସହ ଆର୍ଥିଂ ଲଗାଯିବ। ଏ ନେଇ ଆର୍ଥିଂ ଲଗାଇବାକୁ ସ୍ବତନ୍ତ୍ର କମ୍ପାନୀ ସହ ଯୋଗାଯୋଗ ସରିଛି। ଗୁରୁବାର କିମ୍ବା ଶୁକ୍ରବାର ଏଏସ୍‌ଆଇର ସୁପରିଂଣ୍ଟେଣ୍ଡେଣ୍ଟ ନିଜେ ବୈଷୟିକ ଟିମ୍‌ ସହ ମନ୍ଦିର ଚୁଡ଼ାର ସ୍ଥିତି ଅନୁସନ୍ଧ୍ୟାନ କରିବାପରେ ଉଭୟ କାର୍ଯ୍ୟ ଆରମ୍ଭ ହେବ। ରାମେଶ୍ୱର ମନ୍ଦିର ଚୁଡ଼ାକୁ ସ୍ବତନ୍ତ୍ର ଭାଡ଼ା ବନ୍ଧାଯିବ, କାରଣ ମନ୍ଦିର ଚୁଡ଼ାକୁ କୁଶଳି କାରିଗର ଯିବାପାଇଁ ଲଗାଯଇଥିବା ଭଡ଼ାରେ ଅଧିକାରୀ କିମ୍ବା ସାଧାରଣ ୍ଯଯକ୍ତିଟିଏ ଚଢିକରି ଯିବା ସହଜ ହୋଇନଥାଏ।
ଏକାମ୍ର କ୍ଷେତ୍ରରେ ୧୮ କୀର୍ତ୍ତିରାଜି
ଏଏସ୍‌ଆଇ ଅଧୀନରେ ଓଡ଼ିଶାରେ ମୋଟ ୮୦ଟି କୀର୍ତ୍ତିରାଜି ରହିଥିଲା। ନିକଟରେ ଏଏସ୍‌ଆଇର ପୁରୀ ସର୍କଲ ଗଠିତ ହେବାରୁ ଏଗୁଡ଼ିକ ଉଭୟ ସର୍କଲରେ ବଣ୍ଟନ କରାଯାଇଛି। ଏଏସ୍‌ଆଇର ଭୁବନେଶ୍ୱର ସର୍କଲରେ ଥିବା ୪୬ଟି କୀର୍ତ୍ତିରାଜି ମଧ୍ୟରୁ ସହର ଏବଂ ଆଖପାଖ ଅଞ୍ଚଳ ଯଥା: ଶିଶୁପାଳଗଡ଼, ହିରାପୁର ୬୪ ଯୋଗିନୀ ମନ୍ଦିର ଏବଂ ଧଉଳି ଆଦିକୁ ମିଶାଇ ୨୮ଟି କୀର୍ତ୍ତିରାଜି ରହିଥିବାବେଳେ ଏକାମ୍ର କ୍ଷେତ୍ର ଅଧିନରେ ୧୮କୀର୍ତ୍ତିରାଜି ରହିଥିବା ଜଣାଯାଇଛି।

Share