ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ

ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ମଙ୍ଗଳବାର ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯.୪୫ ସମୟରେ ଏହି କମ୍ପନ ରେକର୍ଡ କରାଯାଇଥିଲା। ୨ ଦିନ ମଧ୍ୟରେ ତୁର୍କୀରେ ଏହା ଚତୁର୍ଥ ଭୂକମ୍ପ ଝଟ୍‌କା।
ତୁର୍କୀରେ ହୋଇଥିା ଭୂକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୩୦୦ ଅତିକ୍ରମ କରିଛି। ଏଥି ସହିତ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ ୧୪୪୪ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ଭୂକମ୍ପରେ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ ଅଧିକ କୋଠା ଭୁଶୁଡି ପଡିଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭାରତ ସମେତ ବିଶ୍ୱର ଅନେକ ଦେଶ ତୁର୍କୀକୁ ସାହାଯ୍ୟ ହାତ ବଢାଇଛନ୍ତି। ଭାରତ କୁକୁର ଦଳ ସହିତ ତୁର୍କୀକୁ ଏନଡିଆରଏଫ୍‌ର ଦୁଇଟି ଦଳ ପଠାଇଛି। ଏହା ବ୍ୟତୀତ ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଇଛି। ଭୂବିଜ୍ଞାନୀମାନେ କହିଛନ୍ତି, ବଡ଼ ଭୂକମ୍ପର କମ୍ପନ ପରେ ମଧ୍ୟ ତୁର୍କୀ ଏବଂ ସିରିଆର ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୦୦ଟି ଭୂକମ୍ପ ଅନୁଭୂତ ହୋଇଥିଲା।

Share