Categories: ଜାତୀୟ

ବଙ୍ଗୋପ ସାଗରରେ ଭୂକମ୍ପ…

ନୂଆଦିଲ୍ଲୀ,୫।୧୨ : ସୋମବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ସକାଳ ୮ଟା ୩୨ରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଥିଲା।

କୋଲକାତା ଠାରୁ ୪୦୯ କିଲୋମିଟର ଦୂରରେ ଥିବା ବଙ୍ଗୋପସାଗରରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା।

ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଏସ) ଦ୍ୱାରା ସମଗ୍ର ଦେଶକୁ ପାଞ୍ଚଟି ଭୂକମ୍ପ ଅଞ୍ଚଳରେ ବିଭକ୍ତ କରାଯାଇଛି। ଏଥି ସହିତ ଦେଶର ୫୯ପ୍ରତିଶତ ଭୂକମ୍ପ ବିପଦ ଅଞ୍ଚଳରେ ରହିଛି। ପଞ୍ଚମ ଜୋନ ଭାରତର ସବୁଠାରୁ ବିପଜ୍ଜନକ ଏବଂ ସକ୍ରିୟ ବୋଲି ବିବେଚନା କରାଯାଏ। ଏହି ଜୋନ୍ରେ ପଡୁଥିବା ରାଜ୍ୟ ତଥା ଅଞ୍ଚଳରେ ବିନାଶ ହେବାର ସମ୍ଭାବନା ସର୍ବାଧିକ ରହିଛି।

Share