ଶ୍ରୀନଗର,୨୬।୧୨: ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।