ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି।
ଏନସିଏସ ଅନୁଯାୟୀ ଆଣ୍ଡାମାନ ସାଗରରେ ୩ଟା ୨୯ ମିନିଟ ୩୦ସେକେଣ୍ଡରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେ ମାପ କରାଯାଇଥିଲା। ଭୂକମ୍ପର ଗଭୀରତା ୯୩ କିଲୋମିଟର ଥିଲା। ତେବେ ଏହାକୁ ନେଇ କୌଣସି ପ୍ରକାର ସତର୍କ ସୂଚନା ଜାରି କରାଯାଇନାହିଁ।
Earthquake of Magnitude:4.4, Occurred on 12-09-2023, 03:39:30 IST, Lat: 6.19 & Long: 95.31, Depth: 93 Km ,Region: Andaman Sea for more information Download the BhooKamp App https://t.co/APsfnkaqPj@Indiametdept @ndmaindia @KirenRijiju @Ravi_MoES @Dr_Mishra1966 @moesgoi pic.twitter.com/SI086XkbjO
— National Center for Seismology (@NCS_Earthquake) September 11, 2023