Categories: ଜାତୀୟ

୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ

ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସବୁଠାରୁ ଅଧିକ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ମିନିଟ୍‌ରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା। ସେହିପରି ମେଘାଳୟର ପଶ୍ଚିମ ଗାରୋ ପାହାଡ଼ିଆ ଅଞ୍ଚଳରେ ବିଳମ୍ବିତ ରାତ୍ରି ୨ଟା ୧୦ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିବା ଜଣାପଡ଼ିଛି। ସେହିଭଳି ଲେହ-ଲଦାଖ ଅଞ୍ଚଳରେ ସକାଳ ପ୍ରାୟ ୪ଟା ୫୭ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିଲା। ଭୂକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାଏ ସୂଚନା ମିଳିନାହିଁ।

Share