ଥରିଲା ତାଇଓ୍ବାନ

ତାଇପେଇ,୨୩।୩: ତାଇଓ୍ବାନର ରାଜଧାନୀ ତାଇପେଇରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତାଇପେଇରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨ କିଲୋମିଟର ଦୂରରେ ରହିଥିଲା ବୋଲି ଜାତୀୟ ଭୂ-ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାଏ ସୂଚନା ମିଳିନାହିଁ।

Share