ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି, ଭୂକମ୍ପର ଝଟକା ଆଫଗାନିସ୍ତାନର ଫୌଜାବାଦରେ ଅଧିକ ରହିଛି। ଏହି ଭୂକମ୍ପରେ ଏବେ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଏହି ସୂଚନା ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି ଦେଇଛି।

Share