ସପ୍ତାହରେ ଦ୍ୱିତୀୟ ଥର ଥରିଲା ମେକ୍ସିକୋ

ମେକ୍ସିକୋ,୨୫।୫: ପାନାମା-କଲମ୍ବିଆ ସୀମାରୁ କିଛି ଦୂର କ୍ୟାରୋବିୟାନ ସାଗରରେ ବୁଧବାର ରାତିରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି। ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ମପାଯାଇଛି।

ସୂଚନାନୁସାରେ, ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ପାନାମାର ପୁଏରୋ ଓବାଲଡାର ଉତ୍ତର-ପୂର୍ବଠାରୁ ପ୍ରାୟ ୪୧କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପ କେନ୍ଦ୍ର ୧୦ କିଲୋମିଟର (୬ ମାଇଲ) ଗଭୀରରେ ଥିଲା।

ସୂଚନାଯୋଗ୍ୟ, ମେ ୧୮ରେ, ମେକ୍ସିକୋରେ ଏକ ଭୁକମ୍ପ ଆସିଥିଲା। ସେତେବେଳେ ଏହାର ତୀବ୍ରତା ଥିଲା ୬.୪। ୬.୪ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ କେନ୍ଦ୍ରୀୟ ଆମେରିକୀୟ ଦେଶ ତଥା ଦକ୍ଷିଣ ମେକ୍ସିକୋର କିଛି ଅଂଶକୁ ଥରାଇ ଦେଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଥିଲା ଯେ ଏହାର ଭୂକମ୍ପ କେନ୍ଦ୍ର ଗୁଆଟେମାଲାର କାନିଲା ପୌରପାଳିକାର ୨ କିଲୋମିଟର ଦକ୍ଷିଣ ପୂର୍ବରେ ଥିଲା।

Share