ଇଣ୍ଡୋନେସିଆରେ ଭୂକମ୍ପ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ

ଜାକର୍ତ୍ତା,୨୧ା୧୧: ସୋମବାର ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂକମ୍ପ ଅନୂଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୬ ଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ ଆହତ ହୋଇଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏଥିସହିତ ଅନେକ ଘର ଭାଙ୍ଗିରୁଜି ଯାଇଛି।
ପଶ୍ଚିମ ଜାଭା ପ୍ରଦେଶର ସିଆନଜୁର ଅଞ୍ଚଳରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିଲା।

Share