ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩୦ା୧୨: ଶନିବାର ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି। ଇଣ୍ଡୋନେସିଆ ପ୍ୟାସିଫିକ୍‌ ରିଙ୍ଗ୍‌ ଅଫ୍‌ ଫାୟାର ନାମକ ଏକ ସମ୍ବେଦନଶୀଳ ଭୂକମ୍ପ ପ୍ରବଣ ଅଞ୍ଚଳରେ ହୋଇଛି।

ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି ଅନୁଯାୟୀ, କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। ଏହି ଭୂକମ୍ପ କେନ୍ଦ୍ର କେଲାଙ୍ଗ ସହରର ୩୭୨ କିଲୋମିଟର ଦକ୍ଷିଣ-ପଶ୍ଚିମ, ଆଚେଠାରୁ ୧୨କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି।

Share