ଆଫଗାନିସ୍ତାନରେ ଭୂକମ୍ପ: ୧୪ ମୃତ, ୭୮ ଆହତ

କାବୁଲ,୭ା୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନ ହେରାଟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ଥିବା ବେଳେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୭୮ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଭୂସ୍ଖଳନ ଏବଂ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆମେରିକା ଜିଓଲୋଜିକାଲ ସର୍ଭେ କହିଛି। ଏହି ଭୂକମ୍ପ କେନ୍ଦ୍ରର ବୃହତ୍ତମ ସହର ହେରାଟଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ। ସୋସିଆଲ ମିଡିଆରେ ଭୂକମ୍ପ ସମୟର ଭିଡିଓ ବହୁଳ ଭାବରେ ଶେୟାର କରାଯାଇଛି। ଏଥିରେ ଦେଖିବାକୁ ମିଳିଛି ଯେ, ବାସିନ୍ଦା ଏବଂ ଦୋକାନୀମାନେ ସହରର ଅଟ୍ଟାଳିକା ଛାଡ଼ି ଚାଲିଯାଉଛନ୍ତି। ଜଣେ ୪୫ ବର୍ଷୀୟ ହେରାଟ ବାସିନ୍ଦା ବଶିର ଅହମ୍ମଦ କହିଛନ୍ତି, ଆମେ ଅଫିସରେ ଥିବା ବେଳେ ଏହା ଥରିଥିଲା। ଏହା ପରେ ସମ୍ପୂର୍ଣ୍ଣ କୋଠା ଥରିଥିଲା। ଏବଂ ହଠାତ୍‌ କୋଠା ଥରିବାକୁ ଲାଗିଲା।

ସେ କହିଛନ୍ତି,‘ମୁଁ ମୋ ପରିବାର ସହିତ ଯୋଗାଯୋଗ କରିପାରୁନାହିଁ। ନେଟଓ୍ବାର୍କ ସଂଯୋଗ ବିଚ୍ଛିନ୍ନ ହୋଇଛି। ମୁଁ ବହୁତ ଚିନ୍ତିତ ଏବଂ ଭୟଭୀତ, ଏହା ବହୁତ ଭୟଙ୍କର ଥିଲା ବୋଲି କହିଛନ୍ତି।

Share