ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୨ା୧: ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା ଦିଆଯାଇଛି।

ଏନସିଏସ୍‌ ଟୁଇଟ୍‌ କରି କହିଛି, ଜାନୁୟାରୀ ୨୨ରେ ରବିବାର ୪.୨ ତୀବ୍ରତାର ଏକ ଭୂକମ୍ପ ହୋଇଛି। ଏହାର ସକାଳ ୯ଟା ୪ ମିନିଟ୍‌ ୪୪ ସେକେଣ୍ଡରେ ହୋଇଥିଲା। ଆଇଏସ୍‌ଟି ଅକ୍ଷାଂଶ ୨୬.୪୪, ଦ୍ରାଘିମା: ୭୦.୮୯, ଗଭୀରତା: ୧୨୦ କିଲୋମିଟର ଆଫଗାନିସ୍ତାନର ଫୈଜାବାଦରୁ ୭୯ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି। ତେବେ କ୍ଷୟକ୍ଷତିର ପରିମାଣ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇପାରିନାହିଁ।

Share