ଆଫଗାନିସ୍ତାନରେ ଭୂକମ୍ପ…

କାବୁଲ,୨୨।୧ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ପୂର୍ବାହ୍ନ ୯ଟା ୪୫ରେ ୪.୨ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଫୈଜାବାଦର ଦକ୍ଷିଣ-ପୂର୍ବରେ ୭୯କିଲୋମିଟର ଦୂରରେ ଏହି କମ୍ପନ ଅନୁଭୂତ ହୋଇଛି।

ଭୂକମ୍ପର କେନ୍ଦ୍ର ଭୂଗର୍ଭର ୧୨୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ଯୋଗୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ।

Share