ଥରିଲା ଆଫଗାନିସ୍ତାନ

କାବୁଲ,୩ା୫: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ଆଫଗାନିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୨୧ରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ମାପ କରାଯାଇଛି।

ଖବର ଲେଖାହେବା ସୁଦ୍ଧା ଧନଜୀବନ ନଷ୍ଟ ହେବାର କୌଣସି ସୂଚନା ମିଳିପାରିନାହିଁ। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌) ଟୁଇଟ କରି କହିଛି, ଭୂକମ୍ପର ତୀବ୍ରତା ୫.୨ ଥିଲା। ଏହାର ଗଭୀରତା ୧୬୯ କିଲୋମିଟର ଥିଲା।

Share