ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୪

ଫୈଜାବାଦ,୪।୯: ସୋମବାର ସକାଳେ ଆଫଗାନିସ୍ତାନରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମପାଯାଇଛି। ଭୂକମ୍ପ ସୋମବାର ସକାଳ ୭ଟା ୮ରେ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ର ସ୍ଥଳ ୧୫୮ କିଲୋମିଟର ଗଭିରରେ ଥିଲା।

ଦେଶରେ ଭୂକମ୍ପର ଗତିବିଧି ଉପରେ ନଜର ରଖିବା ପାଇଁ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ହେଉଛି ଭାରତ ସରକାରଙ୍କ ନୋଡାଲ ଏଜେନ୍ସି। ଏନସିଏସ ୧୫୫ ଷ୍ଟେଶନର ଏକ ଜାତୀୟ ଭୂକମ୍ପ ନେଟୱାର୍କ ପରିଚାଳନା କରେ, ଯେଉଁଥିରେ ପ୍ରତ୍ୟେକଟି ଅତ୍ୟାଧୁନିକ ଉପକରଣ ରହିଛି।
ଉଲ୍ଲେଖନୀୟ ବିଷୟ ହେଉଛି, ଅଗଷ୍ଟରେ ଆଫଗାନିସ୍ତାନରେ ୧୦ ଦିନରେ ୨ଥର ଭୂକମ୍ପ ଅନୁଭୂତ ହୋଇଥିଲା। ଅଗଷ୍ଟ ୧୮ରେ, ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପ୍ରଥମେ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ପ୍ରାୟ ୪୨୩ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ସମୟ ରାତି ୯ଟା ୧୬ ଥିଲା, ଯାହା ୧୦୦କିଲୋମିଟର ଗଭୀରରେ ଘଟିଥିଲା।

Share