ଆଫଗାନିସ୍ତାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୬…

କାବୁଲ,୨୩।୭ : ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୬୫ କିଲୋମିଟର ଗଭୀରତାରେ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ପୂର୍ବାହ୍ନ ୮ଟା ୪୬ ରେ ଏହି ଭୂମ୍ପନ ଘଟିଛି। ଏପର୍ଯ୍ୟନ୍ତ ଧନଜୀବନ ହାନୀର କୌଣସି ସୂଚନା ମିଳି ନାହିଁ।

ସୂଚନାଯୋଗ୍ୟ, ମେ ୧୪ ରେ ଆଫଗାନିସ୍ତାନର କାବୁଲରେ ଭୂକମ୍ପରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୬୦ କିଲୋମିଟର ଗଭୀରତାରେ ଥିଲା। ଏହାପୂର୍ବରୁ ମେ ୧୨ ରେ ଆଫଗାନିସ୍ତାନରେ ୪.୩ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଥିଲା। ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିଲା ।

ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଭୂକମ୍ପର କମ୍ପନ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ ରେ ଆଫଗାନିସ୍ତାନରେ ୬.୮ ତୀବ୍ରତାଯୁକ୍ତଏକ ଭୟଙ୍କର ଭୂକମ୍ପରେ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା। ଏହି ଭୂକମ୍ପରେ ଆଫଗାନିସ୍ତାନ ଏବଂ ପାକିସ୍ଥାନରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫୦ ଲୋକ ଆହତ ହୋଇଥିଲେ।

 

Share