ଆଫଗାନିସ୍ତାନରେ ଭୂକମ୍ପ: ୬ ମୃତ, ୯ ଆହତ

କାବୁଲ,୫ା୯: ସୋମବାର ଆଫଗାନିସ୍ତାନ ଏବଂ ପାକିସ୍ତାନର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହି ଭୂକମ୍ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।

ଆଫଗାନିସ୍ତାନର କୁନାର ପ୍ରଦେଶର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ନୁରଗୁଲ ଜିଲାରେ ହୋଇଥିବା ଭୂକମ୍ପରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଘର ଭୁଶୁଡ଼ିବାରୁ ଅନେକ ଲୋକ ଆହତ ହୋଇଛନ୍ତି।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ନଙ୍ଗରହାର ପ୍ରଦେଶର ରାଜଧାନୀ ଜାଲାଲାବାଦ ଥିଲା। ଯାହା ଅପରାହ୍ନ ୨.୨୭ରେ (ଆଫଗାନିସ୍ତାନ ସମୟ ଅନୁଯାୟୀ) ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ଫଳରେ କାବୁଲ, ନଙ୍ଗରହାର, ଲଗମନ, କୁନାର, ନୁରିସ୍ତାନ ଆଦି ଥରିଥିଲା।

Share