ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ ଓ ପେରୀଭିଲ୍‌ର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ୬୦ମାଇଲ୍‌ ଦୂରରେ ଏହାର କେନ୍ଦ୍ରର ସ୍ଥଳ ରହିଥିବା ନେଇ ଆମେରିକାର ଭୂତତ୍ତ୍ୱ ବିଭାଗ ସୂଚନା ଦେଇଛି। ଏଥିଯୋଗୁ ଉକ୍ତ ସହରରେ ସୁନାମୀର ଆଲର୍ଟ ଜାରି କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକମାନେ ଭୟଭୀତ ହୋଇପଡ଼ି ଘରକୁ ବାହାରି ପଳାଇଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାଏଁ ସୂଚନା ମିଳିନାହିଁ।

Share