Categories: ଜାତୀୟ

ଭୂକମ୍ପରେ ଥରିଲା ଆଣ୍ଡାମାନ, କଟରା

ପୋର୍ଟବ୍ଲେୟାର/ଶ୍ରୀନଗର,୧୭।୭: ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦ଟା ୩୦ରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତ୍ରୀବତା ରିକ୍ଟର ସ୍କେଲରେ ୪.୮ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଡବ୍ଲେୟାରଠାରୁ ୨୫୦ କିଲୋମିଟରରେ ଦୂର ପୂର୍ବରେ ରହିଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ ସୂଚନା ମିଳିଛି। ଏଥିଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାଏଁ ସୂଚନା ମିଳିନାହିଁ। ତେବେ ଭୂକମ୍ପ ସମୟରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଅପ୍ୟପଟେ ଏହା ପୂର୍ବରୁ ଜମ୍ମୁର କଟରାରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୋର ୪ଟା ୫୫ରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କଟରାରୁ ୮୮ କିଲୋମିଟର ଦୂରରେ ଥିବା ସୂଚନା ରହିଛି।

Share