Categories: ଜାତୀୟ

ଆଣ୍ଡାମାନ ସାଗରରେ ଭୂକମ୍ପ ଝଟ୍‌କା, ତିବ୍ରତା ୪.୩

ଆଣ୍ଡାମାନ,୮।୧୦: ଆଣ୍ଡାମାନ ସାଗରରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜୀ ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୩ ଥିବା ଜଣାପଡ଼ିଛି। ସକାଳ ୩.୨୦ରେ ୧୦ କିମି ଗଭୀରରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା। ତେବେ ଗଭୀରତା ଅଧିକ ହେତୁ କୌଣସି କ୍ଷୟକ୍ଷତି ହୋଇନାହିଁ।

କହିରଖୁଛୁ, ଶନିବାର ଅପରାହ୍ନରେ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଭୂକମ୍ପର ତିବ୍ରତା ୬.୩ ଥିଲା। ଫଳରେ ବହୁ ଘର ଭୁଶୁଡ଼ି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Share