ପୋର୍ଟ ବ୍ଲେୟାର୍,୩୧।୧: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି ଭୂକମ୍ପ ଘଟିଥିଲା। ଏନସିଏସ ଅନୁଯାୟୀ ଏହି ଭୂକମ୍ପ ୭୭ କିଲୋମିଟର ଗଭୀରରେ ଥିଲା।
ଏହାପୂର୍ବରୁ, ଜାନୁଆରୀ ୨୪ରେ ଦିଲ୍ଲୀର କିଛି ଅଂଶରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଅଫ ସେସମୋଲୋଜି ଅନୁଯାୟୀ, ନେପାଳରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହି ସମୟରେ ଭୂକମ୍ପର ତୀବ୍ରତା ୫.୮ ଥିଲା।
ଗତ ବର୍ଷ ନଭେମ୍ବର ୧୦ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପୋର୍ଟ ବ୍ଲେୟାରରେ ଏକ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ରେ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।