ଆର୍ଜେଣ୍ଟିନାରେ ଭୂକମ୍ପ, ତୀବ୍ରତା ୬.୦…

ବ୍ୟୁଏନ୍ସ ଆରିସ,୫।୮ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଶନିବାର ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ଭୂପୃଷ୍ଠର ୫୮୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ମଧ୍ୟାହ୍ନ ୧୨ଟା ୫୦ରେ ଏହି ଭୂକମ୍ପ ଘଟିଛି। ଏନସିଏସ ଟୁଇଟ କରି ଏହା କହିଛି।

ତେବେ କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ। ଏହାପୂର୍ବରୁ ଜୁଲାଇ ୧୭ ରେ ଆର୍ଜେଣ୍ଟିନାରେ ୬.୩ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଅନୁଭୂତ ହୋଇଥିଲା।

Share