Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୨୫ା୯: ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ପାଙ୍ଗିନ ସହରରେ ସକାଳ ୧୦ଟା ୧୧ରେ ଲୋକେ ଭୂକମ୍ପ ଝଟ୍‌କା ଅନୁଭବ କରିବା ସହ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ବୋଲି ରେକର୍ଡ କରାଯାଇଛି। ତେବେ ପାଙ୍ଗିନର ଉତ୍ତର ପଶ୍ଚିମରେ ୨୩୭ କିଲୋମିଟର ଦୂର ଯାଏ ଏହାର ଝଟ୍‌କା ଅନୁଭବ ହୋଇଥିଲା। ଧନଜୀବନ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

Share