ଚିଲିରେ ଭୂକମ୍ପ

ଚିଲି,୧୩ା୧୧: ଚିଲିର ବାୟୋବିଓ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) କହିଛି, ଶନିବାର ବିଳମ୍ବିତ ରାତିରେ ଚିଲିର କେନ୍ଦ୍ରୀୟ ବାୟୋବିଓ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ୨୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ରେ ମଧ୍ୟ ଚିଲିରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ମଧ୍ୟ ୬.୧ ଥିଲା। ଭୂକମ୍ପର ଗଭୀରତା ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା।

୧୯୬୦ ମେ’ରେ ଚିଲିରେ ବିଶ୍ୱର ସବୁଠାରୁ ବିପଜ୍ଜନକ ଭୂକମ୍ପ ହୋଇଥିଲା। ତୀବ୍ରତା ଦୃଷ୍ଟିରୁ ସବୁଠୁ ବିପଜ୍ଜନକ ଭୂକମ୍ପ ଚିଲିରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୯.୫ ଥିଲା। ଏହି ଭୂକମ୍ପରେ ସୁନାମୀ ଆସିଥିଲା। ଫଳରେ ଦକ୍ଷିଣ ଚିଲି ସମେତ ଜାପାନ, ଫିଲିପାଇନ୍ସ, ପୂର୍ବ ନ୍ୟୁଜିଲାଣ୍ଡ ଭଳି ଅନେକ ଦେଶରେ ଭୟଙ୍କର ବିନାଶ ଘଟିଥିଲା।

Share